Categories: ଜାତୀୟ

ପଓ୍ବନ ଖେରାଙ୍କ ସମସ୍ତ ଏଫ୍‌ଆଇଆର ଲକ୍ଷ୍ନୌକୁ ସ୍ଥାନାନ୍ତର

ନୂଆଦିଲ୍ଲୀ,୨୦।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କ ପିତାଙ୍କ ଉପରେ ଅଶ୍ଳୀଳ ମନ୍ତବ୍ୟ ଦେଇ କଂଗ୍ରେସ ନେତା ପୱନ ଖେରାଙ୍କ ବିରୋଧରେ ରୁଜୁ ହୋଇଥିବା ସମସ୍ତ ଏଫ୍‌ଆଇଆର ଲକ୍ଷ୍ନୌର ହଜରତଗଞ୍ଜ ପୋଲିସ ଷ୍ଟେସନକୁ ସ୍ଥାନାନ୍ତର କରାଯାଇଛି। ସୋମବାର ସୁପ୍ରିମକୋର୍ଟ ଏହି ରାୟ ଶୁଣାଇଛନ୍ତି। ଏଥିସହ ତାଙ୍କୁ ମିଳିଥିବା ଅନ୍ତରୀଣ ଜାମିନକୁ ମଧ୍ୟ ସୁପ୍ରିମକୋର୍ଟ ଏପ୍ରିଲ ୧୦ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଏତଦ୍‌ ବ୍ୟତୀତ ଲକ୍ଷ୍ନୌ କୋର୍ଟରେ ନିୟମିତ ଜାମିନ ଆବେଦନ କରିବାକୁ କୋର୍ଟ ତାଙ୍କୁ କହିଛନ୍ତି। ସୂଚନାଯୋଗ୍ୟ, ଆସାମରେ ଗୋଟିଏ ଏବଂ ଉତ୍ତରପ୍ରଦେଶରେ ୨ ସମେତ ମୋଟ ୩ଟି ଏଫ୍‌ଆଇଆର ଖେରାଙ୍କ ବିରୋଧରେ ରୁଜୁ ହୋଇଛି। ଫେବୃଆରୀ ୨୩ରେ ଆସାମ ପୋଲିସ ତାଙ୍କୁ ଦିଲ୍ଲୀରେ ଗିରଫ କରିଥିଲା। କିନ୍ତୁ ସୁପ୍ରିମକୋର୍ଟରେ ଉକ୍ତ ବିବୃତ୍ତି ପାଇଁ ତାଙ୍କ ପକ୍ଷରୁ କ୍ଷମା ପ୍ରାର୍ଥନା କରାଯାଇଥିଲା। ଏହାପରେ ଗିରଫଦାରୀ ଦିନ ହିଁ ତାଙ୍କୁ ଅନ୍ତରୀଣ ଜାମିନ ମିଳିଥିଲା।

Share