Categories: ଜାତୀୟ

ପଞ୍ଜାବ-ହରିଆଣାରେ ୯ ବିଚାରପତିଙ୍କ ନିଯୁକ୍ତିକୁ ମଞ୍ଜୁରୀ ପ୍ରଦାନ କଲେ ସୁପ୍ରିମକୋର୍ଟ କଲେଜିୟମ୍‌

ହରିଆଣା,୧୩।୯: ସୁପ୍ରିମକୋର୍ଟ କଲେଜିୟମ୍‌ ୩ଟି ହାଇକୋର୍ଟରେ ୨୦ ଜଣ ବିଚାରପତିଙ୍କ ନିଯୁକ୍ତିକୁ ଅନୁମୋଦନ ଦେଇଛନ୍ତି। ପ୍ରଧାନ ବିଚାରପତି ୟୁ.ଉଦୟ ଲଲିତଙ୍କ ନେତୃତ୍ୱରେ ସୁପ୍ରିମକୋର୍ଟ କଲେଜିୟମ୍‌ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ସହିତ ବମ୍ବେ ହାଇକୋର୍ଟ ଓ କର୍ନାଟକ ହାଇକୋର୍ଟରେ ୨୦ଜଣ ବିଚାରପତି ନିଯୁକ୍ତିକୁ ଅନୁମୋଦନ ପ୍ରଦାନ କରିଛନ୍ତି। ସୋମବାର ଅନୁଷ୍ଠିତ ହୋଇଥିବା ବୈଠକରେ ସୁପ୍ରିମକୋର୍ଟର କଲେଜିୟମ୍‌ ୯ଜଣ ନ୍ୟାୟିକ ଅଧିକାରୀଙ୍କୁ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟରେ ବିଚାରପତି ପଦରେ ନିଯୁକ୍ତ କରିବା ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି। ବମ୍ବେ ହାଇକୋର୍ଟର ବିଚାରପତି ଭାବେ ମଧ୍ୟ ୨ଜଣ ଓକିଲଙ୍କୁ ନିଯୁକ୍ତ କରିବା ପ୍ରସ୍ତାବକୁ କଲେଜିୟମ୍‌ ଅନୁମୋଦନ ଦେଇଛି। ସେହିପରି ସେପ୍ଟେମ୍ବର ୭ରେ ଅନୁଷ୍ଠିତ ଏକ ବୈଠକରେ ବମ୍ବେ ହାଇକୋର୍ଟର ବିଚାରପତି ଭାବେ ୬ଜଣ ନ୍ୟାୟିକ ଅଧିକାରୀଙ୍କୁ ଏବଂ କର୍ନାଟକ ହାଇକୋର୍ଟର ସ୍ଥାୟୀ ବିଚାରପତି ଭାବେ ୩ଜଣ ଅତିରିକ୍ତ ବିଚାରପତି ନିଯୁକ୍ତ କରିବାକୁ କଲେଜିୟମ ନିଷ୍ପତ୍ତି ନେଇଛି।

 

Share