Categories: ଜାତୀୟ

ସୁପ୍ରିମକୋର୍ଟକୁ ମିଳିବ ୩ ନୂଆ ବିଚାରପତି, ୩ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ନାଁ ସୁପାରିସ

ନୂଆଦିଲ୍ଲୀ,୬।୧୧: ସୁପ୍ରିମକୋର୍ଟ କଲେଜିୟମ ସୋମବାର ୩ ଜଣ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ସୁପ୍ରିମକୋର୍ଟରେ ପଦୋନ୍ନତି ପାଇଁ ସୁପାରିଶ କରିଛନ୍ତି। ଏଥିମଧ୍ୟରେ ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତି ସତୀଶ ଚନ୍ଦ୍ର ଶର୍ମା, ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ବିଚାରପତି ଅଗଷ୍ଟିନ ଜର୍ଜ ମାସିହ ଏବଂ ଗୁଆହାଟି ହାଇକୋର୍ଟର ମୁଖ୍ୟ ବିଚାରପତି ସନ୍ଦୀପ ମେହେଟ୍ଟାଙ୍କ ନାମ ସାମିଲ ରହିଛି। ସୁପ୍ରିମକୋର୍ଟରେ ବିଚାରପତିଙ୍କ ମୋଟ ମଞ୍ଜୁରୀପ୍ରାପ୍ତ ପଦବୀ ୩୪, ସେଥିମଧ୍ୟରୁ ୩ଟି ପଦବୀ ଖାଲି ଅଛି।

Share