Categories: ଜାତୀୟ

କେନ୍ଦ୍ର ସରକାର ଅନୁମତି ଦେଲେ ଇତିହାସ ରଚିବ ସୁପ୍ରିମକୋର୍ଟ…

ନୂଆଦିଲ୍ଲୀ,୧୯।୧: ଇତିହାସ ରଚିବାକୁ ଯାଉଛି ସୁପ୍ରିମକୋର୍ଟ। କାରଣ ସର୍ବୋଚ୍ଚ ନ୍ୟାୟାଳୟରେ ଦାୟିତ୍ୱ ପାଇବାକୁ ଯାଉଛନ୍ତି ଆଉ ଜଣେ ଦଳିତ ବିଚାରପତି। ଏନେଇ ସୁପ୍ରିମକୋର୍ଟର କଲେଜିୟମମାନେ ଏକ ବୈଠକରେ କର୍ନାଟକ ହାଇକୋର୍ଟର ମୁଖ୍ୟ ବିଚାରପତି ପିବି ବରାଲେଙ୍କ ନାମ ସୁପାରିଶ କରିଛନ୍ତି। ଯଦି କେନ୍ଦ୍ର ସରକାର ବରାଲେଙ୍କୁ ଚୟନ କରନ୍ତି ତେବେ ତାହା ଇତିହାସରେ ସ୍ବର୍ଣ୍ଣକ୍ଷାରରେ ଲିପିବଦ୍ଧ ହେବ। କୋର୍ଟରେ ଏକକାଳୀନ ୩ ଦଳିତ ବିଚାରପତି କାର୍ଯ୍ୟ କରିବେ।

ବୈଠକରେ ସୁପ୍ରିମକୋର୍ଟର ବିଚାରପତିମାନେ କହିଥିଲେ କି, ଜଷ୍ଟିସ ବରାଲେ ନ୍ୟାୟଧିଶ ରୂପେ ବହୁ ଅନୁଭବ ପ୍ରାପ୍ତ କରିଛନ୍ତି। ତେଣୁ ତାଙ୍କୁ ସୁପ୍ରିମକୋର୍ଟ ବିଚାରପତି ଭାବେ ପଦୋନ୍ନତି କରିବା ଉଚିତ।

ଜଷ୍ଟିସ ବରାଲେଙ୍କ ବ୍ୟତୀତ ଉଚ୍ଚ ନ୍ୟାୟଳୟରେ ଆଉ ଦୁଇ ଦଳିତ ସମୁଦାୟର ଆସୁଥିବା ଜଜ୍‌ ଅଛନ୍ତି। ସେମାନେ ହେଲେ ବି ଆର ଗବାଇ ଓ ସି ଟି ରବିକୁମାର। ଜଷ୍ଟିଷ ବରାଲେଙ୍କୁ ୨୦୦୮ ଗୁଲାଇ ୧୮ରେ ବମ୍ବେ ହାଇକୋର୍ଟର ନ୍ୟାୟଧିଶ ଭାବେ ନିଯୁକ୍ତି କରାଯାଇଥିଲା। ପରେ ୨୦୨୨ ଅକ୍ଟୋବର ୧୫ରେ କର୍ନାଟକ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଦାୟିତ୍ୱ ମିଳିଥିଲା।

Share