Categories: ଜାତୀୟ

ଦିଲ୍ଲୀ ଅଧ୍ୟାଦେଶ ମାମଲା ଉପରେ ସମ୍ବିଧାନ ବେଞ୍ଚ କରିବେ ଶୁଣାଣି: ସିଜେଆଇ

ନୂଆଦିଲ୍ଲୀ,୧୭।୭: ଦିଲ୍ଲୀ ଅଧ୍ୟାଦେଶ ପ୍ରସଙ୍ଗରେ ଦିଲ୍ଲୀ ସରକାର ଏବଂ କେନ୍ଦ୍ର ସରକାରଙ୍କ ବିବାଦ ଲାଗି ରହିଛନ୍ତି। ବର୍ତ୍ତମାନ ଏହି ମାମଲାର ଶୁଣାଣି ବେଳେ ଦେଶର ପ୍ରଧାନ ବିଚାରପତି କହିଛନ୍ତି , ସେ ଏହି ମାମଲାକୁ ୫ ଜଣ ବିଚାରପତିଙ୍କ ସମ୍ବିଧାନ ବେଞ୍ଚକୁ ପଠାଇପାରନ୍ତି। ସିଜେଆଇ କହିଛନ୍ତି, ଏହାକୁ ସଂଶୋଧନ କରିବା ଉପରେ ସମ୍ବିଧାନ ବେଞ୍ଚ ବିଚାର କରିବେ।

ଶୁଣାଣି ସମୟରେ ବେଞ୍ଚ କହିଛନ୍ତି, ଦିଲ୍ଲୀର ଉପରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀ ଏକାଠି ବସି ଦିଲ୍ଲୀ ବିଦ୍ୟୁତ୍‌ ନିୟାମକ ଆୟୋଗର ଅଧ୍ୟକ୍ଷଙ୍କ ନାମ ଉପରେ ନିଷ୍ପତ୍ତି କରିବା ଉଚିତ୍‌। ସୁପ୍ରିମକୋର୍ଟ କହିଛନ୍ତି, ଉଭୟ ସାମ୍ବିଧାନିକ ପଦାଧିକାରୀ ଅଛନ୍ତି ଏବଂ ସେମାନେ ମତଭେଦ ଉପରେ ଚିନ୍ତା କରିବା ଉଚିତ୍‌।

Share