Posted inଜାତୀୟ

ନ୍ୟାୟିକ ସେବାରେ ନିଯୁକ୍ତି, ଦୃଷ୍ଟିବାଧିତ ଅଯୋଗ୍ୟ ନୁହନ୍ତି: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୩ା୩: ଦୃଷ୍ଟିବାଧିତ ବ୍ୟକ୍ତିମାନଙ୍କୁ ନ୍ୟାୟିକ ସେବାରେ ନିଯୁକ୍ତି ପ୍ରଦାନକୁ ମନା କରାଯାଇପାରିବ ନାହିଁ। କେବଳ ଦୃଷ୍ଟିବାଧିତ ନୁହନ୍ତି, ଯେକୌଣସି ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ତାଙ୍କ ଶାରୀରିକ ଭିନ୍ନକ୍ଷମତାକୁ ଆଳକରି ନ୍ୟାୟିକ ସେବାରେ ନିଯୁକ୍ତିରୁ ବାଦ୍‌ ଦିଆଯିବା ଅନୁଚିତ ବୋଲି ସୁପ୍ରିମକୋର୍ଟ ସୋମବାର ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଏଥିସହ ମଧ୍ୟପ୍ରଦେଶ ସରକାରଙ୍କ ଏ ସମ୍ପର୍କିତ ଏକ କଟକଣାକୁ ଅଦାଲତ ଖାରଜ କରିଦେଇଛନ୍ତି।

କିଛି ରାଜ୍ୟର ନ୍ୟାୟିକ ସେବାରେ ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କୁ ସଂରକ୍ଷଣ ଦେବାକୁ ମନା କରାଯାଇଥିଲା। ଏହାକୁ ଚ୍ୟାଲେଞ୍ଜ କରି ୫ଟି ପିଟିଶନ ଆବେଦନକାରୀଙ୍କ ପକ୍ଷରୁ ଦାଖଲ କରାଯାଇଥିବାବେଳେ ସୁପ୍ରିମକୋର୍ଟ ମଧ୍ୟପ୍ରଦେଶ ସେବା ପରୀକ୍ଷା (ନିଯୁକ୍ତି ଓ ସେବା ସର୍ତ୍ତ) ରୁଲ୍ସ ୧୯୯୪ର ନିୟମ ୬ଏ ଏବଂ ୭କୁ ନେଇ ନିଜ ଆଡ଼ୁ ଗୋଟିଏ ମାମଲା ରୁଜୁ କରିଥିଲେ। ସ୍ବଳ୍ପ ଦୃଷ୍ଟିଶକ୍ତି ସମ୍ପନ୍ନ ଓ ଆଦୌ ଦେଖି ପାରୁ ନ ଥିବା ପ୍ରାର୍ଥୀଙ୍କୁ ବିଚାର ବିଭାଗରେ ନିଯୁକ୍ତି ଦିଆଯାଇପାରିବ ନାହିଁ ବୋଲି ଉପରୋକ୍ତ ନିୟମରେ ଉଲ୍ଲେଖ ରହିଛି।

ଜଷ୍ଟିସ୍‌ ଜେ.ବି. ପରର୍ଦିଓ୍ବାଲା ଏବଂ ଆର୍‌. ମହାଦେବନ୍‌ଙ୍କୁ ନେଇ ଗଠିତ ଖଣ୍ଡପୀଠ ଗତ ଡିସେମ୍ବର ୩ (ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ)ରେ ଏହି ସମସ୍ତ ମାମଲାର ଶୁଣାଣି ଶେଷକରି ରାୟ ସଂରକ୍ଷିତ ରଖିଥିଲେ। ସୋମବାର ସୁପ୍ରିମକୋର୍ଟ ଏହା ଉପରେ ରାୟ ଶୁଣାଇ କହିଛନ୍ତି, ଚୟନ ପ୍ରକ୍ରିୟାରେ ସାମିଲ ହୋଇଥିବା ପର୍ସନ୍ସ ଓ୍ବିଦ୍‌ ଡିଜାବିଲିଟିଜ୍‌ (ପିଡବ୍ଲ୍ୟୁଡି) ପ୍ରାର୍ଥୀମାନେ ନ୍ୟାୟିକ ସେବାରେ ନିଯୁକ୍ତି ପାଇଁ ଯୋଗ୍ୟ। ସେମାନେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ ଖାଲି ପଦବୀରେ ସେମାନଙ୍କୁ ନିଯୁକ୍ତି ଦିଆଯାଇପାରିବ। ଭିନ୍ନକ୍ଷମମାନେ କୌଣସି ଭେଦଭାବର ସମ୍ମୁଖୀନ ହେବା ଅନୁଚିତ ନୁହେଁ।

ରାଜ୍ୟଗୁଡ଼ିକ ଏଭଳି ବ୍ୟକ୍ତିଙ୍କ ନିଯୁକ୍ତି ସକାଶେ ସମାବେଶୀ ଢାଞ୍ଚା ପ୍ରସ୍ତୁତ ପାଇଁ ସକାରାମତ୍କ ପଦକ୍ଷେପ ନେବା ଜରୁରୀ। କୌଣସି ଆଶାୟୀଙ୍କୁ କେବଳ ଭିନ୍ନକ୍ଷମତା ଆଧାରରେ ନିଯୁକ୍ତି ପ୍ରଦାନରୁ ମନା କରାଯାଇପାରିବ ନାହିଁ। ପର୍ସନ୍ସ ଓ୍ବିଦ୍‌ ଡିଜାବିଲିଟିଜ୍‌ ଆକ୍ଟ, ୨୦୧୬ରେ ପ୍ରଦତ୍ତ ଅଧିକାର ବଳରେ ସରକାର ସେମାନଙ୍କୁ ଚାକିରି ଦେବେ ବୋଲି ଖଣ୍ଡପୀଠ କହିଛନ୍ତି। ପ୍ରକାଶ ଯେ, ଗତବର୍ଷ ନଭେମ୍ବର ୭ରେ ଖଣ୍ଡପୀଠ ସାରା ଦେଶର ନ୍ୟାୟିକ ସେବା ନିଯୁକ୍ତିରେ ଦିବ୍ୟାଙ୍ଗଙ୍କୁ ସମାନ ସୁଯୋଗ ପ୍ରଦାନକୁ ସୁନିଶ୍ଚିତ କରିବା ପାଇଁ ଅନେକ ନିର୍ଦ୍ଦେଶନାମା ଜାରି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରମନ୍ତ୍ରୀଙ୍କ ଜିତନ ରାମ ମାଞ୍ଝିଙ୍କ ନାତୁଣୀଙ୍କୁ ଗୁଳିକରି ହତ୍ୟା କଲେ ସ୍ୱାମୀ

ନୂଆଦିଲ୍ଲୀ,୯।୪: ବୁଧବାର ବିହାରର ଗୟାରେ କେନ୍ଦ୍ରମନ୍ତ୍ରୀ ଜିତନ ରାମ ମାଞ୍ଝିଙ୍କ ନାତୁଣୀଙ୍କୁ ତାଙ୍କ ସ୍ୱାମୀ ଗୁଳି କରି ହତ୍ୟା କରିଛନ୍ତି। ଏହି ଘଟଣା ଘଟିଥିଲା ​​ଯେତେବେଳେ...

ଏୟାର ଇଣ୍ଡିଆ ବିମାନରେ ପରିଚାଳନା ନିର୍ଦ୍ଦେଶକଙ୍କ ଉପରେ ପରିଶ୍ରା କରିଦେଲେ ମଦ୍ୟପ ବ୍ୟକ୍ତି

ନୂଆଦିଲ୍ଲୀ,୯।୪: ଦିଲ୍ଲୀରୁ ବ୍ୟାଙ୍ଗକକ୍ ଅଭିମୁଖେ ଯାଉଥିବା ଏକ ଏୟାର ଇଣ୍ଡିଆ ବିମାନରେ ଜଣେ ଭାରତୀୟ ମଦ୍ୟପ ଅବସ୍ଥାରେ ସହଯାତ୍ରୀଙ୍କ ଉପରେ ପରିଶ୍ରା କରିଦେଇଥିବା ଜଣାପଡିଛି। ଏୟାର...

ଏଣିକି ଇପିଏଫଓ UAN କାର୍ଯ୍ୟକାରୀ କରିବା ହେଲା ସହଜ, ଆସିଲା ନୂଆ ଫିଚର

ନୂଆଦିଲ୍ଲୀ,୯।୪: ଆଧାର-ଆଧାରିତ ଫେସ୍ ଅଥେଣ୍ଟିକେସନ୍ ଟେକ୍ନୋଲୋଜି (ଏଫଏଟି) ଏହାର ଅତିରିକ୍ତ ସୁରକ୍ଷା ପାଇଁ ପ୍ରତିଷ୍ଠାନଗୁଡ଼ିକ ମଧ୍ୟରେ ଲୋକପ୍ରିୟ ହେବାରେ ଲାଗିଛି। ବର୍ତ୍ତମାନ, କର୍ମଚାରୀ ଭବିଷ୍ୟନିଧି ପାଣ୍ଠି...

ଆସିଲା ବଡ଼ ଅପଡେଟ୍‌: ଏଥର ଅକ୍ଷୟ ତୃତୀୟାରେ ବଢିବ ନା କମିବ ସୁନା!

ନୂଆଦିଲ୍ଲୀ,୯।୪: ଆଉ କିଛିଦିନ ପରେ ଅକ୍ଷୟ ତୃତୀୟା। ଏହି ଅବସରରେ ସୁନା କିଣିବାର ପରମ୍ପରା ରହିଛି। ଏବେ ସୁନାଦର ଖସୁଥିବାବେଳେ ସୁନାପ୍ରେମୀମାନେ ଅପେକ୍ଷା କରିଛନ୍ତି। ଯଦି...

ସୁନା ବନ୍ଧା ପକାଇଛନ୍ତି କି? ଗୋଲ୍ଡ ଲୋନ୍‌ ନିୟମରେ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ, ୯।୪: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଗୋଲ୍ଡ ଲୋନ୍‌ ପାଇଁ ନୂଆ ନିର୍ଦ୍ଦେଶାବଳୀ ଜାରି କରିବାକୁ ନିଷ୍ପତ୍ତି ନେଇଛି। ଏହି ଘୋଷଣା ପରେ ଗୋଲ୍ଡ...

ଟ୍ରମ୍ପଙ୍କ ଟାରିଫ୍‌କୁ ଡରୁଛନ୍ତି ଚନ୍ଦ୍ରବାବୁ, କେନ୍ଦ୍ର ସରକାରଙ୍କୁ ଲେଖିଲେ ଚିଠି, ଜାଣନ୍ତୁ କାରଣ…

ଅମରାବତୀ,୯ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଶୁଳ୍କ ଘୋଷଣା ମଧ୍ୟରେ, ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌ ଚନ୍ଦ୍ରବାବୁ ନାଇଡୁ ରାଜ୍ୟର ମତ୍ସ୍ୟଜାତ ଦ୍ରବ୍ୟ ନିମନ୍ତେ ସହାୟତା...

ଆଇନଗତ ବିବାହ ଯୌନ ସମ୍ପର୍କ ପାଇଁ ସମ୍ମତିକୁ ବୈଧ କରେ; ଧାର୍ମିକ ସମାରୋହ ଆବଶ୍ୟକ ନାହିଁ: ବମ୍ବେ ହାଇକୋର୍ଟ

ମୁମ୍ବାଇ,୯।୪: ବମ୍ବେ ହାଇକୋର୍ଟ ସମ୍ପ୍ରତି ଜଣେ ବଳାତ୍କାର ଅଭିଯୁକ୍ତଙ୍କ ବିରୁଦ୍ଧରେ ଏକ ମାମଲାକୁ (FIR) ଖାରଜ କରିଦେଇଛନ୍ତି। ମାମଲା ଅନୁଯାୟୀ ଅଭିଯୁକ୍ତ ଅଭିଯୋଗକାରୀଙ୍କ ସହିତ ଆଇନଗତ...

ପ୍ରବଳ ଖରାକୁ ନେଇ ରାଜ୍ୟ ସରକାରଙ୍କ ବଡ଼ ଘୋଷଣା, ଏପ୍ରିଲ ଶେଷ ସପ୍ତାହରୁ ସ୍କୁଲଛୁଟି

ନୂଆଦିଲ୍ଲୀ,୯।୪: ଏପ୍ରିଲ ଆରମ୍ଭ ହେଉ ହେଉ ତାତି ତାର କରାଳ ରୂପ ଦେଖାଇଲାଣି । ସ୍ଥିତି ଏମିତି ହେଲାଣି ଯେ, ଘରୁ ବାହାରିବା ମଧ୍ୟ ମୁସ୍କିଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri