ଭାରତୀୟ କୁସ୍ତି ସଂଘ ନିର୍ବାଚନ ପ୍ରସଙ୍ଗ: ହସ୍ତକ୍ଷେପ କରିବାକୁ ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୯।୮: ଭାରତୀୟ କୁସ୍ତି ସଂଘର ନିର୍ବାଚନ ଉପରେ ଲାଗିଥିବା ପ୍ରତିବନ୍ଧକକୁ ହଟାଇବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି। ୧୧ ଅଗଷ୍ଟରେ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ରେସଲିଂ ଫେଡେରେଶନ ଅଫ ଇଣ୍ଡିଆର ନିର୍ବାଚନ ଉପରେ ୨୮ ଅଗଷ୍ଟ ପର୍ଯ୍ୟନ୍ତ ରୋକ ଲଗାଇଥିଲେ। ଏହି ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟରେ ଏକ ପିଟିଶନ ଦାଖଲ କରାଯାଇଥିଲା ଏବଂ ପ୍ରତିବନ୍ଧକକୁ ହଟାଇବା ପାଇଁ ଏକ ଆବେଦନ କରାଯାଇଥିଲା। ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି ବେଳେ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟଙ୍କ ଆଦେଶରେ ହସ୍ତକ୍ଷେପ କରିବାକୁ ମନା କରି ଦେଇଛନ୍ତି।

ହରିୟାଣା ଏମେଚ୍ୟର କୁସ୍ତି ସଂଘ(ହାୱା)ର ପ୍ରତିନିଧୀଙ୍କ ଭୋଟ ଅଧିକାରକୁ ଚ୍ୟାଲେଞ୍ଜ କରୁଥିବା ଆବେଦନ ଉପରେ ଶୁଣାଣି କରି ପଞ୍ଜାବ-ହରିୟାଣା ହାଇକୋର୍ଟ ଭାରତୀୟ କୁସ୍ତି ସଂଘର ନିର୍ବାଚନ ଉପରେ ଅଗଷ୍ଟ ୨୮ ପର୍ଯ୍ୟନ୍ତ ସ୍ଥଗିତ ରଖିଥିଲେ। ହରିୟାଣା କୁସ୍ତି ସଂଘରର ଯୁଗ୍ମ ସଚିବ ଇନ୍ଦ୍ରଜିତ୍‌ ସିଂ ହାଇକୋର୍ଟଙ୍କୁ କହିଛନ୍ତି ଯେ ହାୱାର ହରିୟାଣା ଅଲିମ୍ପିକ ଆସୋସିଏଶନ ଦ୍ୱାରା ସ୍ବୀକୃତିପ୍ରାପ୍ତ ନୁହେଁ। ଶେଷ ଶୁଣାଣିରେ ହରିୟାଣା ଅଲିମ୍ପିକ ଆସୋସିଏଶନ ମଧ୍ୟ ସ୍ବୀକାର କରିଛି ଯେ, ରେସଲିଂ ଫେଡେରେଶନ ଅଫ ଇଣ୍ଡିଆର ନିର୍ବାଚନରେ ଭୋଟ ଦେବା ପାଇଁ ହାୱାକୁ ବୈଧ ସଦସ୍ୟ ଭାବରେ ଗ୍ରହଣ କରାଯାଇପାରିବ ନାହିଁ।

 

 

Share