Advertisement

ଓକିଲାତି ପେଶାକୁ ଫେରିଲେ ଓଡ଼ିଶା ହାଇକୋର୍ଟ ପୂର୍ବତନ ମୁଖ୍ୟ ବିଚାରପତି, ବରିଷ୍ଠ ଓକିଲ ମାନ୍ୟତା ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, ୧୮।୧୦: ଓଡ଼ିଶା ହାଇକୋର୍ଟ ପୂର୍ବତନ ମୁଖ୍ୟ ବିଚାରପତି ଡା. ଏସ. ମୁରଲୀଧର ପୁଣିଥରେ ଓକିଲାତି ପେଶାକୁ ଫେରିବେ। ୧୬ ଅକ୍ଟୋବରରେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଏବଂ ଅନ୍ୟାନ୍ୟ ବିଚାରପତି ମାନଙ୍କ ମଧ୍ୟରେ ହୋଇଥିବା ବୈଠକରେ ଏସ. ମୁରଲୀଧରଙ୍କୁ ବରିଷ୍ଠ ଓକିଲ ମାନ୍ୟତା ଦିଆଯାଇଛି।

ଜଷ୍ଟିସ ମୁରଲୀଧର ତାଙ୍କର ୧୭ ବର୍ଷ ବିଚାରପତି କାର୍ଯ୍ୟକାଳରେ ପଞ୍ଜାବ-ହରିୟାଣା ହାଇକୋର୍ଟ, ଦିଲ୍ଲୀ ହାଇକୋର୍ଟ ଏବଂ ଓଡିଶା ମୁଖ୍ୟ ବିଚାରପତି ଭାବରେ ଦାୟିତ୍ୱ ତୁଲାଇଛନ୍ତି। ଦିଲ୍ଲୀ ହାଇକୋର୍ଟ କାର୍ଯ୍ୟକାଳ ସମୟରେ ଜଷ୍ଟିସ ମୁରଲୀଧର ଦିଲ୍ଲୀ ଦଙ୍ଗା ଭଳି ମାମଲାର ଶୁଣାଣି ସେ କରିଥିଲେ। ଚଳିତ ବର୍ଷ ଅଗଷ୍ଟ ମାସରେ ସେ ସେବା ନିବୃତ ପୂର୍ବରୁ ୨୦୨୧ ଜାନୁଆରୀ ରୁ ୨୦୨୩ ଅଗଷ୍ଟ ପର୍ଯ୍ୟନ୍ତ ସେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବରେ ଦାୟିତ୍ୱ ତୁଲାଇଥିଲେ।

ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଦାୟିତ୍ୱରେ ଥିବା ସମୟରେ ମାଡ୍ରାସ ହାଇକୋର୍ଟ ପାଇଁ ତାଙ୍କର ନାମକୁ ସୁପାରିଶ କରାଯାଇଥିଲା, କିନ୍ତୁ କେନ୍ଦ୍ର ସରକାର ଏହି ସୁପାରିଶ କୌଣସି ଜବାବ ଦେଇ ନଥିଲେ। ଏହାପରେ ଚଳିତ ବର୍ଷ ଏପ୍ରିଲ ମାସରେ କଲେଁଜିୟମ ପ୍ରସ୍ତାବକୁ ଫେରାଇ ନେଇଥିଲା। ଏହାପରେ ଓଡିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଭାବରେ ଅବସର ନେଇଥିଲେ।

 

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share