ନୂଆଦିଲ୍ଲୀ,୧ ।୩: ଦେଶର ଜଣାଶୁଣା ଉଦ୍ଦ୍ୟୋଗପତି ମୁକେଶ ଅମ୍ବାନୀ ଓ ତାଙ୍କ ପରିବାରକୁ ଜେଡ ପ୍ଲସ ସୁରକ୍ଷା ପ୍ରଦାନ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହି ସୁରକ୍ଷା କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ଦିଆଯିବ । କୋର୍ଟ କହିଛନ୍ତି ଏହି ସୁରକ୍ଷାର ସମସ୍ତ କଭର ଉକ୍ତ ପରିବାର ବହନ କରିବେ ।
ନ୍ୟାୟମୂର୍ତ୍ତି କୃଷ୍ଣ ମୁରାରି ଓ ନ୍ୟାୟମୂର୍ତ୍ତି ଅହସାନୁଦ୍ଦିନ ଅମାନୁଲ୍ଲାଙ୍କ ପୀଠ କହିଛନ୍ତି ଯେତେବେଳେ ମୁକେଶ ଅମ୍ବାନୀ ଓ ତାଙ୍କ ପରିବାର ଦେଶ ଭିତରେ ରହିଛନ୍ତି ସେତେବଳେ ମହାରାଷ୍ଟ୍ର ରାଜ୍ୟ ଓ ଗୃହ ମନ୍ତ୍ରଣାଳୟ ଏହି ସୁରକ୍ଷା ଦାୟିତ୍ୱ ନେବ । ଯେତେବେଳେ ସେମାନେ ବିଦେଶ ଗସ୍ତ କରିବେ ସେତେବେଳେ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏହା ସୁନିଶ୍ଚିତ କରାଯିବ ।