Categories: ଜାତୀୟ

ଜାତୀୟ ପୁରୁଷ ଆୟୋଗ ଗଠନ ଆବେଦନକୁ ଖାରଜ କଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୩।୭ : ଘରୋଇ ହିଂସାର ଶିକାର ହୋଇଥିବା ବିବାହିତ ପୁରୁଷଙ୍କ ଦ୍ୱାରା ଆତ୍ମହତ୍ୟା ମାମଲାର ସମାଧାନ ପାଇଁ ନିର୍ଦ୍ଦେଶନାମା ମାଗୁଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ପୁରୁଷଙ୍କ ପାଇଁ ଜାତୀୟ ଆୟୋଗ ଗଠନ କରିବାକୁ ଆବେଦନକାରୀ ଦାବି କରିଥିଲେ। ସୁପ୍ରିମକୋର୍ଟ ଆବେଦନକୁ ଖାରଜ କରିବା ପରେ ଆବେଦନକାରୀ ଏହାକୁ ପ୍ରତ୍ୟାହାର କରିନେଇଛନ୍ତି।

ମାମଲାର ଶୁଣାଣି ସମୟରେ କୋର୍ଟ ଆବେଦନକାରୀଙ୍କୁ ପଚାରିଥିଲେ ସେ ବିବାହ ପରେ ଶୀଘ୍ର ମୃତ୍ୟୁବରଣ କରିଥିବା ଯୁବତୀଙ୍କ ତଥ୍ୟ ଦେଇପାରିବେ କି? କୋର୍ଟ କହିଛନ୍ତି କେହି ଆତ୍ମହତ୍ୟା କରିବାକୁ ଚାହାଁନ୍ତି ନାହିଁ, ଏହା ବ୍ୟକ୍ତିଗତ ମାମଲାର ତଥ୍ୟ ଉପରେ ନିର୍ଭର କରେ।

କୋର୍ଟ କହିଛନ୍ତି ଅପରାଧିକ ଆଇନ ଚିକିତ୍ସା ନୁହେଁ, ଏହା ସୁରକ୍ଷା ପ୍ରଦାନ କରିଥାଏ। ଓକିଲ ମହେଶ କୁମାର ତିୱାରୀଙ୍କ ଦ୍ୱାରା ଏହି ପିଟିଶନ ଦାଖଲ କରାଯାଇଥିଲା। ଦେଶରେ ଆକସ୍ମିକ ମୃତ୍ୟୁ ସମ୍ପର୍କରେ ୨୦୨୧ ମସିହାରେ ପ୍ରକାଶିତ ନ୍ୟାଶନାଲ କ୍ରାଇମ ରେକର୍ଡ ବ୍ୟୁରୋ (ଏନସିଆରବି) ତଥ୍ୟକୁ ଆବେଦନରେ ଦର୍ଶାଯାଇଥିଲା।

ଏଥିରେ ଉଲ୍ଲେଖ କରାଯାଇଥିଲା ସେହି ବର୍ଷ ସାରା ଦେଶରେ ଏକ ଲକ୍ଷ ୬୪ ହଜାର ୩୩ ଜଣ ଆତ୍ମହତ୍ୟା କରିଥିଲେ। ଏହି ଆବେଦନରେ କୁହାଯାଇତତ୍ଲା ସେମାନଙ୍କ ମଧ୍ୟରେ ବିବାହିତ ପୁରୁଷଙ୍କ ସଂଖ୍ୟା ୮୧ ହଜାର ୬୩ ଥିବାବେଳେ ସେମାନଙ୍କ ମଧ୍ୟରେ ୨୮ ହଜାର୬୮୦ ବିବାହିତ ମହିଳା ଅଛନ୍ତି।

Share