ନୂଆଦିଲ୍ଲୀ,୮।୧୦: କରୋନା ମହାମାରୀ ସଙ୍କଟ ସମୟରେ ଦିଲ୍ଲୀରେ ହୋଇଥିବା ତବଲିଘ୍ ଜମାତ ପ୍ରସଙ୍ଗରେ ସୁପ୍ରିମ୍କୋର୍ଟ କେନ୍ଦ୍ର ସରକାରଙ୍କୁ ତାଗିଦ୍ କରିଛନ୍ତି। ଏହି ପ୍ରସଙ୍ଗରେ ବାକ୍ ସ୍ବାଧୀନତାର ବ୍ୟାପକ ଦୂରୁପଯୋଗ କରାଯାଇଥିବା କୋର୍ଟ କହିଛନ୍ତି। ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ଜୁନିଅର ଅଫିସରଙ୍କ ପକ୍ଷରୁ ଦାଖଲ କରାଯାଇଥିବା ସତ୍ୟପାଠ ଉପରେ ଆପତ୍ତି ଉଠାଇଛନ୍ତି। ସତ୍ୟପାଠ ବରିଷ୍ଠ ଅଧିକାରୀଙ୍କ ଦ୍ୱାରା କରାଯିବା ଉପରେ କୋର୍ଟ ଗୁରୁତ୍ୱାରୋପ କରିଛନ୍ତି। ସେହିପରି ଅଭିପ୍ରେରିତ ରିପୋର୍ଟିଂ ନେଇ ସୁପ୍ରିମ୍କୋର୍ଟ ପ୍ରଶ୍ନ ଉଠାଇଛନ୍ତି। କେଉଁମାନେ ଏଭଳି ରିପୋର୍ଟିଂ କରିଛନ୍ତି ଏବଂ ସେମାନଙ୍କ ଉପରେ କିଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି।