Categories: ଜାତୀୟ

୨୦୦୦ ଟଙ୍କିଆ ନୋଟ ବଦଳାଇବା ପାଇଁ ପରିଚୟ ପତ୍ର ଆବଶ୍ୟକ କି ନୁହେଁ, ଜବାବ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୦।୭: ବିନା ପରିଚୟ ପତ୍ର ଦେଖାଇ ୨୦୦୦ ଟଙ୍କିଆ ନୋଟ ବଦଳାଇବା ବିରୋଧରେ ଦାଖଲ ହୋଇଥିବା ଆବେଦନକୁ ସୋମବାର ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ଆବେଦନକାରୀ ଓକିଲ ଅଶ୍ୱିନୀ ଉପାଧ୍ୟାୟ କହିଛନ୍ତି ଯେ, ବିନା ପରିଚୟ ପତ୍ର ଦେଖାଇ ନୋଟ ବଦଳାଇବାରେ ଭ୍ରଷ୍ଟ ଏବଂ ଦେଶ ବିରୋଧୀ ଉପାଦାନଗୁଡ଼ିକର ଫାଇଦା ହେଉଛି। ଏହି ଆବେଦନକୁ ଖାରଜ କରି ପ୍ରଧାନ ବିଚାରପତି କହିଛନ୍ତି ଯେ ରିଜର୍ଭ ବ୍ୟାଙ୍କର ନିଷ୍ପତ୍ତି ଏକ ନୀତିଗତ ବିଷୟ। ଆମେ ଏଥିରେ ହସ୍ତକ୍ଷେପ କରିବୁ ନାହିଁ। ଏହାପୂର୍ବରୁ ମେ’ ୨୯ରେ ଦିଲ୍ଲୀ ହାଇକୋର୍ଟ ମଧ୍ୟ ଏହାକୁ ନୀତିଗତ ମାମଲା ବୋଲି କହି ଆବେଦନକୁ ଖାରଜ କରିଦେଇଥିଲେ।

Share