Categories: ଜାତୀୟ

ନ୍ୟୁଟନ କିମ୍ବା ଆଇନଷ୍ଟାଇନଙ୍କୁ ଭୁଲ ପ୍ରମାଣ କରିବାକୁ ଆମେ ଏଠାରେ ବସି ନାହୁଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୩।୧୦: ଡାରୱିନଙ୍କ ଜୈବିକ ବିବର୍ତ୍ତନ ଥିଓରି ଓ ଆଲବର୍ଟ ଆଇନଷ୍ଟାଇନଙ୍କ (E = MC2)ର ସୂତ୍ର ଭୁଲ ବୋଲି ଦର୍ଶାଇ ସୁପ୍ରିମକୋର୍ଟରେ ଏକ ମାମଲା ଦାଖଲ କରାଯାଇଛି। ଏହି ଦୁଇ ବୈଜ୍ଞାନିକଙ୍କ ସିଦ୍ଧାନ୍ତରେ ଉନ୍ନତି ଆଣିବା ଉଚିତ ବୋଲି ସୁପ୍ରିମକୋର୍ଟ ଆବେଦନ କରାଯାଇଛି। ଏହି ଆବେଦନ ଉପରେ ଅସନ୍ତୋଷ ବ୍ୟକ୍ତ କରି ସୁପ୍ରିମକୋର୍ଟ ଏହି ପିଟିଶନକୁ ଖାରଜ କରିଛନ୍ତି।

ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ କହିଛନ୍ତି, ନ୍ୟୁଟନ କିମ୍ବା ଆଇନଷ୍ଟାଇନଙ୍କୁ ଭୁଲ ପ୍ରମାଣ କରିବାକୁ ଆମେ ଏଠାରେ ବସି ନାହୁଁ। ଯଦି ଆବେଦନକାରୀ ନିଜର ସିଦ୍ଧାନ୍ତକୁ ପ୍ରମାଣିତ କରବିାକୁ ଚାହାନ୍ତି ତେବେ କରିପାରିବେ। ଜଷ୍ଟିସ ସଞ୍ଜୟ କିଶାନ କୌଲ ଓ ଜଷ୍ଟିସ ସୁଧାଶୁଂ ଧୁଲିଆଙ୍କ ଖଣ୍ଡପୀଠ କହିଛନ୍ତ, ଆବେଦନକାରୀ ଡାରଓ୍ବିନ ଓ ଆଇନଷ୍ଟାଇନଙ୍କ ସମୀକରଣକୁ ଭୁଲ ପ୍ରମାଣିତ କରିବା ପାଇଁ ଏକ ପ୍ଲାଟଫର୍ମ ଚାହୁଁଛନ୍ତି।

ସୁପ୍ରିମକୋର୍ଟରେ ଏହି ମାମଲାର ଶୁଣାଣି ସମୟରେ ଆବେଦନକାରୀ ବ୍ୟକ୍ତିଗତ ଭାବେ ହାଜର ହୋଇଥିଲେ ଏବଂ ଯୁକ୍ତି ଦର୍ଶାଇଥିଲେ ଯେ, ମୁଁ ମୋ ସ୍କୁଲ ସମୟ ଏବଂ କଲେଜ ସମୟରେ ଏହି ଥିଓରି ସମ୍ବନ୍ଧରେ ଅଧ୍ୟୟନ କରିଛି ଏବଂ ଆଜି ବି କହୁଛି ଯେ ମୁଁ ଯାହା ପଢ଼ିଥିଲି ତାହା ଭୁଲ ଥିଲା। ଏନେଇ ଜଷ୍ଟିସ କୌଲ କହିଛନ୍ତ, ଏହି ସିଦ୍ଧାନ୍ତକୁ ପ୍ରମାଣିତ କରନ୍ତୁ। ଆପଣ ବିଜ୍ଞାନ ଛାତ୍ର ଥିଲେ ବର୍ତ୍ତମାନ ଆପଣ କହୁଛନ୍ତି, ଏହି ଥିଓରିଗୁଡିକ ଭୁଲ ଅଟେ। ଯଦି ଆପଣ ଏପରି ଭାବୁଛନ୍ତି ତେବେ ସୁପ୍ରିମକୋର୍ଟଙ୍କର ଏଥିସହ କୌଣସି ସମ୍ପର୍କ ନାହିଁ। ଧାରା ୩୨ ଅନୁଯାୟୀ ଏହି ପ୍ରସଙ୍ଗରେ ଆପଣଙ୍କର କୌଣସି ମୌଳିକ ଅଧିକାର ଉଲ୍ଲଘଂନ ହୋଇନାହିଁ।

Share