ନୂଆଦିଲ୍ଲୀ,୧୯।୧: ବିଲ୍କିସ୍ ବାନୋ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୧୧ ଜଣ ଅଭିଯୁକ୍ତଙ୍କୁ ସୁପ୍ରିମକୋର୍ଟଙ୍କରୁ ଝଟକା ଲାଗିଛି। ଆତ୍ମସମର୍ପଣ କରିବାର ସମୟସୀମା ବୃଦ୍ଧି କରିବାକୁ ଦାବି କରାଯାଇଥିବା ଆବେଦନକୁ ସୁପ୍ରିମକୋର୍ଟ ଶୁକ୍ରବାର ଖାରଜ କରିଦେଇଛନ୍ତି। ଅଭିଯୁକ୍ତଙ୍କ ଆତ୍ମସମର୍ପଣ କରିବାର ସମୟ ଜାନୁଆରୀ ୨୧ରେ ଶେଷ ହେଉଛି।
ଜଷ୍ଟିସ ବି.ଭି ନାଗରତ୍ନା ଏବଂ ଜଷ୍ଟିସ ଉଜ୍ଜଲ ଭୁୟାଁଙ୍କ ଏକ ବେଞ୍ଚ କହିଛନ୍ତି, ଅଭିଯୁକ୍ତମାନେ ଯେଉଁ କାରଣ କହିଛନ୍ତି, ଏଥିରେ କୌଣସି ଯର୍ଥାର୍ଥ ନାହିଁ। ତେଣୁ ଆବେଦନଗୁଡିକ ଖାରଜ କରାଯାଇଛି। ଗୁରୁବାର ବିଲ୍କିସ୍ ବାନୋ ମାମଲାରେଅଭିଯୁକ୍ତମାନେ ଆତ୍ମସମର୍ପଣ ସମୟ ବୃଦ୍ଧି ପାଇଁ ସୁପ୍ରିମକୋର୍ଟଙ୍କଠାରୁ ଅଧିକ ସମୟ ମାଗିଥିଲେ। ନିକଟରେ ଗୁଜରାଟ ସରକାରଙ୍କ ଦ୍ୱାରା ଦଣ୍ଡ ମୁକ୍ତକୁ ସୁପ୍ରିମକୋର୍ଟ ବାତିଲ କରି ଦେଇଥିଲେ।