Categories: ଜାତୀୟ

ୱେବ ପୋର୍ଟାଲ, ୟୁଟ୍ୟୁବ ଚ୍ୟାନେଲକୁ ନେଇ ଚିନ୍ତା ପ୍ରକଟ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, ୨ ।୯: ସୁପ୍ରିମ କୋର୍ଟ ୱେବ ପୋର୍ଟାଲ, ୟୁଟ୍ୟୁବ ଚ୍ୟାନେଲ ଓ ସୋସିଆଲ ମିଡିଆରେ ପ୍ରସାରିତ ହେଉଥିବା ମିଛ ଖବରକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ସୁପ୍ରିମକୋର୍ଟର ମୁଖ୍ୟ ବିଚାର ପତି କହିଛନ୍ତି ଯେ ଏଭଳି ଖବର ଉପରେ କୌଣସି ନିୟନ୍ତ୍ରଣ ନାହିଁ । ସବୁକୁ ସାମ୍ପ୍ରଦାୟିକ ରଙ୍ଗ ଦେଇ ଏମାନେ ପ୍ରସାରିତ କରୁଛନ୍ତି । ଯେ କେହି ଯୁଟ୍ୟୁବ ଚ୍ୟାନେଲ କରିପାରୁଛି । ଏମାନେ କେବଳ ପାୱାରଫୁଲ ଲୋକଙ୍କ କଥା ଶୁଣୁଛନ୍ତି, କୌଣସି ବିପଦ କଥା ଚିନ୍ତା ନ କରି ନ୍ୟାୟପାଳିକା ଓ ଅନ୍ୟ ସଂସ୍ଥା ବିରୋଧରେ ଏମାନେ କିଛିବି ଲେଖି ଦେଉଛନ୍ତି ବା କହି ଦେଉଛନ୍ତି । ଏହାକୁ ନେଇ କୋର୍ଟ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି ଯେ ସରକାର ଏହାକୁ ନିୟନ୍ତ୍ରଣ କରିବା ପାଇଁ କି ପଦକ୍ଷେପ ନେଉଛନ୍ତି । ଏହାକୁ ନେଇ କେନ୍ଦ୍ର ସରକାରଙ୍କ ସଲିସିଟର ଜେନରାଲ ତୁଷାର ମେହେଟ୍ଟା କହିଛନ୍ତିି ସରକାର କୋର୍ଟଙ୍କ ଏହି ଚିନ୍ତାକୁ ନେଇ ନୂଆ ଆଇଟି ନିୟମ ପସ୍ତୁତ କରିଛନ୍ତି । ଯାହା ବିରୋଧରେ ବିଭିନ୍ନ ହାଇକୋର୍ଟରେ ଅନେକ ପିଟିସନ ବିଚାରାଧିନ ରହିଛି । ଏହି ସମସ୍ତ ପିଟିସନର ଶୁଣାଣି ପାଇଁ ସୁପ୍ରିମକୋର୍ଟଙ୍କୁ ହସ୍ତାନ୍ତର କରିବାକୁ ଆମେ ଦାବି କରିଛୁ ।

Share