Categories: ଜାତୀୟ

କବିତାଙ୍କୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି

ନୂଆଦିଲ୍ଲୀ,୨୬।୯: ଦିଲ୍ଲୀର ଏକ୍ସାଇଜ ପଲିସି ମାମଲାରେ ବିଆରଏସ ନେତା କେ. କବିତାଙ୍କୁ ନଭେମ୍ବର ୨୦ ପର୍ଯ୍ୟନ୍ତ ପଚରାଉଚରା ପାଇଁ ଡକାଯିବ ନାହିଁ ବୋଲି ମଙ୍ଗଳବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସୁପ୍ରିମକୋର୍ଟଙ୍କୁ କହିଛି।

ସୂଚନାଯୋଗ୍ୟ, ନଭେମ୍ବର ୨୦ ରେ ସୁପ୍ରିମକୋର୍ଟ କବିତାଙ୍କ ଆବେଦନର ଶୁଣାଣି କରିବେ। ଏଭଳି ପରିସ୍ଥିତିରେ ସୁପ୍ରିମକୋର୍ଟ ତାଙ୍କ ଆବେଦନ ଶୁଣିବା ନ କରିବା ପର୍ଯ୍ୟନ୍ତ ଇଡି କବିତାଙ୍କୁ ପଚରାଉଚରା ନ କରିବାକୁ ନିଷ୍ପତ୍ତି ନେଇଛି। ଜଷ୍ଟିସ ସଞ୍ଜୟ କିଶନ କୈଲ ଏବଂ ଜଷ୍ଟିସ ସୁଦର୍ଶନ ଧୁଲିଆଙ୍କ ବେଞ୍ଚ ସାମ୍ନାରେ ହାଜର ଇଡି ପକ୍ଷରୁ ହୋଇଥିବା ଅତିରିକ୍ତ ସଲିସିଟର ଜେନେରାଲ ଏସ.ଭି ରାଜୁ ଏହି ଆଶ୍ୱାସନା ଦେଇଛନ୍ତି। କବିତା ତାଙ୍କ ପିଟିଶନରେ ପଚରାଉଚରା ପାଇଁ ଇଡି ଦେଇଥିବା ସମନକୁ ଚ୍ୟାଲେଞ୍ଜ କରିଛନ୍ତି। କବିତା ତାଙ୍କ ଆବେଦନପତ୍ରରେ ମନି ଲଣ୍ଡରିଂ ନିବାରଣ ଅଧିନିୟମର ଧାରା ୫୦ ଅନୁଯାୟୀ ଇଡିର ନୋଟିସ କିମ୍ବା ସମନ ଜରିଆରେ ତାଙ୍କୁ ଡାକିବା ଉପରେ ରୋକ ଲଗାଇବାକୁ ଦାବ ିକରିଥିଲେ।

Share