Categories: ଜାତୀୟ

ସୁପ୍ରିମକୋର୍ଟ ଇତିହାସରେ ପ୍ରଥମ: ୯ ବିଚାରପତି ନେଲେ ଶପଥ

ନୂଆଦିଲ୍ଲୀ,୩୧।୮: ମଙ୍ଗଳବାର ସୁପ୍ରିମକୋର୍ଟ ଇତିହାସରେ ପ୍ରଥମଥର ପାଇଁ ଏକ ଘଟଣା ଘଟିଛି। ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଏନ.ଭି ରମଣ ସୁପ୍ରିମକୋର୍ଟର ବିଚାରପତି ଭାବରେ ତିନିଜଣ ମହିଳା ବିଚାରପତିଙ୍କ ସମେତ ନଅ ଜଣ ନୂତନ ବିଚାରପତିଙ୍କୁ ଶପଥ ଗ୍ରହଣ କରିଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟର ଇତିହାସରେ ଏହା ପ୍ରଥମ ଥର ପାଇଁ ନଅ ଜଣ ବିଚାରପତି ଏକାସାଙ୍ଗରେ ଶପଥ ଗ୍ରହଣ କରିଥିଲେ। ସୁପ୍ରିମକୋର୍ଟ ବିଲଡିଂ କମ୍ପ୍ଲେକ୍ସର ଅଡିଟୋରିୟମରେ ଏହି ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଥିଲା। ନଅ ଜଣ ନୂତନ ବିଚାରପତି ଶପଥ ଗ୍ରହଣ କରିବା ସହିତ ପ୍ରଧାନ ବିଚାରପତିଙ୍କ ସମେତ ସୁପ୍ରିମକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୩୩କୁ ବୃଦ୍ଧି ପାଇଛି। ସିଜେଆଇଙ୍କ ସମେତ ସୁପ୍ରିମକୋର୍ଟରେ ସମୁଦାୟ ୩୪ ଜଣ ବିଚାରପତି ରହିପାରିବେ।
ଜଷ୍ଟିସ ଅଭୟ ଶ୍ରୀନିବାସ ଓକା (ପୂର୍ବରୁ କର୍ନାଟକ ହାଇକୋର୍ଟର ପ୍ରଧାନ ବିଚାରପତି ଥିଲେ), ଜଷ୍ଟିସ ବିକ୍ରମ ନାଥ (ପୂର୍ବରୁ ଗୁଜୁରାଟ ହାଇକୋର୍ଟର ପ୍ରଧାନ ବିଚାରପତି ଥିଲେ), ଜଷ୍ଟିସ ଜିତେନ୍ଦ୍ର କୁମାର ମାହେଶ୍ୱରୀ (ପୂର୍ବରୁ ସିକ୍କିମ ହାଇକୋର୍ଟର ପ୍ରଧାନ ବିଚାରପତି ଥିଲେ), ଜଷ୍ଟିସ ହିମା କୋହଲି (ପୂର୍ବରୁ ତେଲେଙ୍ଗାନା ହାଇକୋର୍ଟର ପ୍ରଧାନ ବିଚାରପତି ଥିଲେ) ଏବଂ ଜଷ୍ଟିସ ବି. ଭି ନାଗରତ୍ନା (ପୂର୍ବରୁ କର୍ନାଟକ ହାଇକୋର୍ଟର ବିଚାରପତି ଥିଲେ)। ଜଷ୍ଟିସ ସିଟି ରବିକୁମାର (ପୂର୍ବରୁ କେରଳ ହାଇକୋର୍ଟର ବିଚାରପତି ଥିଲେ), ଜଷ୍ଟିସ ଏମଏମ ସୁନ୍ଦରେଶ (ପୂର୍ବରୁ ମାଡ୍ରାସ ହାଇକୋର୍ଟର ବିଚାରପତି ଥିଲେ), ଜଷ୍ଟିସ ବେଲା ଏମ ତ୍ରିବେଦୀ (ପୂର୍ବରୁ ଗୁଜୁରାଟ ହାଇକୋର୍ଟର ବିଚାରପତି ଥିଲେ) ଏବଂ ପି. ନରସିଂହ (ଜଣେ ବରିଷ୍ଠ ଓକିଲ ତଥା ପୂର୍ବତନ ଅତିରିକ୍ତ ସଲିସିଟର ଜେନେରାଲ) ସୁପ୍ରିମକୋର୍ଟର ବିଚାରପତି ଭାବେ ଶପଥ ଗ୍ରହଣ କରିଥିଲେ।

Share