Categories: ଜାତୀୟ

ଶପଥ ନେଲେ ସୁପ୍ରିମକୋର୍ଟରେ ୨ ନୂଆ ବିଚାରପତି

ନୂଆଦିଲ୍ଲୀ,୧୪।୭: ସୁପ୍ରିମକୋର୍ଟର ବିଚାରପତି ଭାବରେ ଶପଥ ନେଲେ ଜଷ୍ଟିସ ଉଜୱଲ ଭୁଇଁୟା ଏବଂ ଜଷ୍ଟିସ ଏସ.ଭେଙ୍କଟନାରାୟଣ ଭଟ୍ଟୀ। ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୂଡ ତାଙ୍କୁ ଶପଥ ପାଠ କରାଇଛନ୍ତି। ଏହା ସହିତ ପ୍ରଧାନ ବିଚାରପତିଙ୍କ ସମେତ ସୁପ୍ରିମକୋର୍ଟରେ ସମୁଦାୟ ବିଚାରପତିଙ୍କ ସଂଖ୍ୟା ୩୨କୁ ବୃଦ୍ଧି ପାଇଛି।

Share