Categories: ଜାତୀୟ

NEET-UG ବିବାଦରେ ଆଇଆଇଟି ଦିଲ୍ଲୀକୁ ବଡ଼ ନିର୍ଦ୍ଦେଶ ଦେଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ, ୨୨।୦୭: NEET-UG ୨୦୨୪ ପରୀକ୍ଷା ବିବାଦକୁ ନେଇ ସୁପ୍ରିମ୍‌କୋର୍ଟ ଆଜି ଶୁଣାଣି କରିଛନ୍ତି । ଶୁଣାଣି ସମୟରେ ସୁପ୍ରିମ୍‌କୋର୍ଟ ଆଇଆଇଟି ଦିଲ୍ଲୀକୁ ଏକ ବଡ଼ ନିର୍ଦ୍ଦେଶ ଦେଇଛନ୍ତି । ପରୀକ୍ଷାରେ ଆସିଥିବା ଏକ ପ୍ରଶ୍ନର ଉତ୍ତର ଉପରେ ରାୟ ଦେବା ପାଇଁ ସମ଼୍ବଦ୍ଧିତ ବିଷୟର ଏକ ଟିମ୍‌ ମଙ୍ଗଳବାର ଭିତରେ ଗଠନ କରିବାକୁ କୋର୍ଟ କହିଛନ୍ତି ।

ଶୁଣାଣି ସମୟରେ ସୁପ୍ରିମକୋର୍ଟ ମଧ୍ୟ ଏକ ଯାଚିକ ଉପରେ ବିଚାର କରି କହିଛନ୍ତି, ଯେ ଏକ ର୍ନିଦ୍ଦିଷ୍ଟ ପ୍ରଶ୍ନର ଉତ୍ତର ପାଇଁ ମାର୍କ ଦେବା କିମ୍ବା ନ ଦେବା ଚୂଡ଼ାନ୍ତ ଯୋଗ୍ୟତା ତାଲିକାରେ ପ୍ରଭାବ ପକାଇଥାଏ। ମଙ୍ଗଳବାର ମଧ୍ୟାହ୍ନ ୧୨ ଟା ସୁଦ୍ଧା ପରୀକ୍ଷାରେ ଆସିଥିବା ଏକ ପ୍ରଶ୍ନର ସଠିକ ଉତ୍ତର ଉପରେ ମତାମତ ଦେବା ପାଇଁ ସଂପୃକ୍ତ ବିଷୟର ୩ ବିଶେଷଜ୍ଞଙ୍କ ଏକ ଟିମ ଗଠନ କରିବାକୁ କୋର୍ଟ ଆଇଆଇଟି ଦିଲ୍ଲୀର ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଥାଉକି, କିଛି ଛାତ୍ର ପ୍ରଶ୍ନର ଦୁଇଟି ବିକଳ୍ପ ଆସିଥିବାରୁ ମାର୍କ ଦେବା ପାଇଁ ଏନ୍‌ଟିଏର ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଥିଲେ । ଏହି କାରଣରୁ କୋର୍ଟ ଆଇଆଇଟି ଦିଲ୍ଲୀକୁ ଏହି ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ କୋର୍ଟ କହିଛନ୍ତି ଯେ ପ୍ରଶ୍ନପତ୍ର ଲିକ୍‌ ଏବଂ ପରୀକ୍ଷାରେ ଅନିୟମିତତା ଅଭିଯୋଗ ମାମଲାରେ ଆସନ୍ତାକାଲି ଅର୍ଥାତ ଜୁଲାଇ ୨୩ରେ ମଧ୍ୟ ଶୁଣାଣି ଜାରି ରହିବ।

Share