Categories: ଜାତୀୟ

ଯୋଗୀଙ୍କୁ ଆଶ୍ୱସ୍ତି

ନୂଆଦିଲ୍ଲୀ,୨୩ା୧: ସୁପ୍ରିମକୋର୍ଟରୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ଯୋଗୀଙ୍କ ବିରୋଧରେ ମାମଲା ରୁଜୁ ପାଇଁ ଦାଖଲ ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି। ସୁପ୍ରିମକୋର୍ଟ ଆଜି ଅର୍ଥାତ୍‌ ସୋମବାର ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ମାଗିଛନ୍ତି।

ଏହି ପିଟିଶନକୁ ମାଉ ଜିଲାର ନାଭାଲ କିଶୋର ଶର୍ମା ଦାଖଲ କରିଥିଲେ। ଆବେଦନକାରୀଙ୍କ ଅନୁଯାୟୀ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ୨୩ ନଭେମ୍ବର ୨୦୧୮ରେ ଅଲଓ୍ବାରରେ ଏକ ନିର୍ବାଚନୀ ଭାଷଣରେ ତାଙ୍କର ଧାର୍ମିକ ଭାବନାକୁ ଆଘାତ ଦେଇଛନ୍ତି।

Share