Categories: ଜାତୀୟ

ଏଏପି ନେତା ସତ୍ୟେନ୍ଦ୍ର ଜୈନଙ୍କୁ ୬ସପ୍ତାହ ପାଇଁ ଜାମିନ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୬।୫: ଦିଲ୍ଲୀର ପୂର୍ବତନ ସ୍ବାସ୍ଥମନ୍ତ୍ରୀ ତଥା ଏଏପି ନେତା ସତ୍ୟେନ୍ଦ୍ର ଜୈନଙ୍କୁ ସ୍ବାସ୍ଥ୍ୟଗତ କାରଣରୁ ମଧ୍ୟବର୍ତ୍ତୀକାଳୀନ ଜାମିନ ମିଳିଛି। ସୁପ୍ରିମକୋର୍ଟ ଜୈନଙ୍କୁ ୬ ସପ୍ତାହ ପାଇଁ ଜାମିନ ପ୍ରଦାନ କରିଛନ୍ତି। ସୁପ୍ରିମକୋର୍ଟ ତାଙ୍କୁ ଜାମିନ ଦେଇ କହିଛନ୍ତି, ସେ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହୋଇପାରିବେ। କିନ୍ତୁ ଜେଲରୁ ବାହାରିବା ପରେ କୌଣସି ସାକ୍ଷୀଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରିବେ ନୁହେଁ। ଏଥିସହ ଗଣମାଧ୍ୟମକୁ କୌଣସି ବିବୃତ୍ତି ଦେବେ ନାହିଁ କି କୋର୍ଟଙ୍କ ବିନା ଅନୁମତିରେ ଦିଲ୍ଲୀ ବାହାରକୁ ଯିବେ ନାହିଁ।
ତେବେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୧୦ରେ ହେବ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

 

Share