Categories: ଜାତୀୟ

ୱାସିମ ରିଜଭିଙ୍କୁ ତିନି ମାସ ପାଇଁ ମଧ୍ୟବର୍ତ୍ତିକାଳୀନ ଜାମିନ ପ୍ରଦାନ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୭ ।୫: ସୁପିମ କୋର୍ଟ ଜିତେନ୍ଦ୍ର ନାରାୟଣ ସିଂ ଓରଫ ୱାସିମ ରିଜଭିଙ୍କୁ ୩ ମାସ ପାଇଁ ମଧ୍ୟବର୍ତ୍ତିକାଳୀନ ଜାମିନ ପ୍ରଦାନ କରିଛନ୍ତି । ତ୍ୟାଗୀଙ୍କ ଉପରେ ଅଭିଯୋଗ ହେଉଛି କି ସେ ଗତବର୍ଷ ସେପ୍ଟେମ୍ବରରେ ଆୟୋଜିତ ହରିଦ୍ୱାର ଧର୍ମ ସଂସଦରେ ଅଶ୍ଳିଳ ଭାଷା ପ୍ରୟୋଗ କରି ଲୋକଙ୍କୁ ଉସକାଇବାକୁ ଚେଷ୍ଟା କରିଥିଲେ । ରିଜଭିଙ୍କୁ ଚଳିତ ବର୍ଷ ଜାନୁୟାରୀ ୧୩ରେ ଗିରଫ କରାଯାଇଥିଲା । ସୂଚନାଯୋଗ୍ୟ, ରିଜଭିଙ୍କ ଓକିଲ ହୃଦରୋଗ ଚିକିତ୍ସା ପାଇଁ ଜାମିନ ମାଗିଥିଲେ । ଏହି ମାମଲାର ଶୁଣାଣି କରିବା ସମୟରେ ମଙ୍ଗଳବାରସୁପ୍ରିମକୋର୍ଟ ଜାମିନ ମଞ୍ଜୁର କରିଛନ୍ତି । ତେବେ ଜାମିନରେ ଥିବା ସମୟରେ ସେ କୌଣସିି ଉସକାଇବା ଭଳି ଭାଷଣ ଦେଇ ପାରିବେ ନାହିଁ ।

Share