Categories: ଜାତୀୟ

ହିଜାବରେ ହସ୍ତକ୍ଷେପ ନ କରିବାକୁ କହିଲେ ସୁପ୍ରିମ୍‌କୋର୍ଟ, ହାଇକୋର୍ଟଙ୍କ ନିଷ୍ପତ୍ତି ପରେ ପଦକ୍ଷେପ…

ନୂଆଦିଲ୍ଲୀ, ୧୦।୨ : କର୍ନାଟକରେ ଚାଲିଥିବା ହିଜାବ ବିବାଦରେ ସୁପ୍ରିମକୋର୍ଟ ଗୁରୁବାର ହସ୍ତକ୍ଷେପ କରିବାକୁ ମନା କରି ଦେଇଛନ୍ତି। କଂଗ୍ରେସ ନେତା ତଥା ଓକିଲ କପିଲ ସିବଲ ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ଏକ ପିଟିଶନ ଦାଖଲ କରିଛନ୍ତି। ଏହି ପ୍ରସଙ୍ଗରେ କର୍ନାଟକ ହାଇକୋର୍ଟଙ୍କ ନିଷ୍ପତ୍ତି ପରେ ଶୀର୍ଷକୋର୍ଟ ହସ୍ତକ୍ଷେପ କରିବାକୁ କହିଛନ୍ତି।

ପିଟିଶନର ଶୁଣାଣି ବେଳେ ପ୍ରଧାନ ବିଚାରପତି ଏନ୍‌.ଭି. ରମନା କହିଛନ୍ତି, ପ୍ରଥମେ କର୍ନାଟକ ହାଇକୋର୍ଟଙ୍କ ନିଷ୍ପତ୍ତି ଆସୁ, ଏହା ପରେ ସର୍ବୋଚ୍ଚ ନ୍ୟାୟାଳୟ ଏହି ମାମଲାରେ ହସ୍ତକ୍ଷେପ କରିବେ।

କର୍ନାଟକ ହାଇକୋର୍ଟରେ ଦାଖଲ ହୋଇଥିବା ଆବେଦନକୁ ସ୍ଥାନାନ୍ତର କରି ୯ ଜଣିଆ ସାମ୍ବିଧାନିକ ଖଣ୍ଡପୀଠରେ ଶୁଣାଣି କରିବାକୁ ସିବଲ ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରିଥିଲେ। ଏନେଇ ରମନା କହିଛନ୍ତି ଯଦି ଆମେ ଶୁଣିବା ତେବେ ହାଇକୋର୍ଟ ଏହି ମାମଲାର ଶୁଣାଣି କରିବେ ନାହିଁ।

ପ୍ରଧାନ ବିଚାରପତି କହିଛନ୍ତି ହାଇକୋର୍ଟରେ ଏହି ମାମଲାର ଶୁଣାଣି ଚାଲିଛି। ତେବେ ଏହି ସମୟରେ କାହିଁକି ଏହି ଘଟଣାରେ ହସ୍ତକ୍ଷେପ କରିବେ? ସୁପ୍ରିମକୋର୍ଟ ମଧ୍ୟ ଶୁଣାଣି ପାଇଁ କୌଣସି ନିର୍ଦ୍ଦିଷ୍ଟ ତାରିଖ ଦେବାକୁ ମନା କରିଦେଇଛନ୍ତି ଏବଂ ହାଇକୋର୍ଟ ନିଷ୍ପତ୍ତି ନେବା ପରେ ହିଁ ଏହାର ଶୁଣାଣି ହେବ ବୋଲି କହିଛନ୍ତି। ଏହା ସହିତ ସୁପ୍ରିମକୋର୍ଟ ଖଣ୍ଡପୀଠ ସିବଲଙ୍କ ଦାବିକୁ ଖାରଜ କରିଦେଇଛନ୍ତି।

Share