Categories: ଜାତୀୟ

ପୁରୁଣା ମାମଲାର ଶୀଘ୍ର ଶୁଣାଣି ପାଇଁ ସବୁ ହାଇର୍କୋଟକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୦।୧୦: ମାମଲାର ଶୁଣାଣିରେ ବିଳମ୍ବକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ସୁପ୍ରିମକୋର୍ଟ। କୋର୍ଟ ଶୁକ୍ରବାର କହିଛନ୍ତ, ଯଦି ନ୍ୟାୟିକ ବ୍ୟବସ୍ଥାରେ ଆଇନଗତ ପ୍ରକ୍ରିୟା ଏପରି ମନ୍ଥର ହୁଏ ତେବେ ଆବେଦନକାରୀମାନେ ନିରାଶ ହୋଇପାରନ୍ତି। ତେଣୁ ପୁରୁଣା ମାମଲାର ଶୀଘ୍ର ଶୁଣାଣି ଏବଂ ସମାଧାନ ପାଇଁ ସମସ୍ତ ହାଇକୋର୍ଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ।

ଜଷ୍ଟିସ ଏସ ରବିନ୍ଦ୍ର ଭଟ ଓ ଅରବିନ୍ଦ କୁମାରଙ୍କ ଖଣ୍ଡପୀଠ ବିଚାରାଧୀନ ମାମଲାଗୁଡ଼ିକ ଉପରେ ନ୍ୟାଶନାଲ ଜୁଡିସିଆଲ ଡାଟା ଗ୍ରୀଡର ଦେଶବ୍ୟାପୀ ତଥ୍ୟ ଦର୍ଶାଇଥିଲେ। ଏବଂ ଏହି ସମସ୍ୟାର ସମାଧାନ ପାଇଁ ବାର ଏବଂ ବେଞ୍ଚର ମିଳିତ ଉଦ୍ୟମ ଆବଶ୍ୟକ ବୋଲି କହିଥିଲେ।
ପଶ୍ଚିମବଙ୍ଗ, ମହାରାଷ୍ଟ୍ର ଏବଂ ଉତ୍ତରପ୍ରଦେଶ ଭଳି ରାଜ୍ୟରେ ୫୦ ବର୍ଷରୁ ଅଧିକ ସମୟ ଧରି ମାମଲାଗୁଡିକ ବିଚାରାଧୀନ ରହିଛି। ଏ ସମ୍ପର୍କରେ କୋର୍ଟ କହିଛନ୍ତି, ଯଦି ଆଇନଗତ ପ୍ରକ୍ରିୟା ମନ୍ଥର ହୁଏ ତେବେ ଆବେଦନକାରୀ ନ୍ୟାୟିକ ପ୍ରକିୟାରେ ବିଶ୍ୱାସ ହରାଇ ବସିବେ। କୋର୍ଟ ଆହୁରି କହିଛନ୍ତି, ଆମେ ଜାଣି ଦୁଃଖିତ ଯେ NJDG ରିପୋର୍ଟ ଅନୁଯାୟୀ କିଛି ମାମଲା ୬୫ ବର୍ଷରୁ ଅଧିକ ସମୟ ବିଚାରାଧୀନ ଅବସ୍ଥାରେ ଅଛି।

Share