ନୂଆଦିଲ୍ଲୀ,୫।୧୦: ଦିଲ୍ଲୀର ମଦ ଦୁର୍ନୀତିରେ ଏଏପି ନେତା ମନୀଷ ସିସୋଡିଆଙ୍କ ଜାମିନ ଆବେଦନ ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ଏହି ସମୟରେ କୋର୍ଟ ଇଡିଙ୍କୁ ଅନେକ ପ୍ରଶ୍ନ ପଚାରିଥିଲେ। ଦୀର୍ଘ ଯୁକ୍ତି ପରେ କୋର୍ଟ ଏହି ମାମଲାର ଶୁଣାଣି ସ୍ଥଗିତ ରଖିଛନ୍ତି। ବର୍ତ୍ତମାନ ଏହା ଅକ୍ଟୋବର ୧୨ ରେ ଶୁଣାଣି ହେବ।
ବରିଷ୍ଠ ଓକିଲ ଅଭିଷେକ ମନୁ ସିଂଘବି ମନୀଷ ସିସୋଡିଆଙ୍କ ପକ୍ଷରୁ ଏହି ମାମଲା ଉପସ୍ଥାପନ କରିଥିଲେ। ସିଂଘବି ସୁପ୍ରିମକୋର୍ଟଙ୍କୁ କହିଛନ୍ତି, ଏହି ଅଭିଯୋଗ ଭିତ୍ତିହୀନ ଏବଂ ଏଥିରେ ପ୍ରମାଣ ହେଉନାହିଁ ଯେ ଆବେଦନକାରୀଙ୍କ ଏହି ଠକେଇରେ କୌଣସି ସମ୍ପର୍କ ନାହିଁ। ଅଭିଯୁକ୍ତ ବିଜୟ ନାୟାର ଆବେଦନକାରୀଙ୍କ ସହଯୋଗୀ ନୁହଁନ୍ତି। ଆଜି ସୁପ୍ରିମକୋର୍ଟରେ ମନୀଷ ସିସୋଡିଆଙ୍କ ଜାମିନ ଆବେଦନ ଉପରେ ଦ୍ୱିତୀୟ ଶୁଣାଣି ଥିଲା।