Categories: ଜାତୀୟ

ବୈବାହିକ ବଳାତ୍କାରକୁ ଅପରାଧ ଘୋଷଣା ପାଇଁ ସୁପ୍ରିମକୋର୍ଟରେ ମାମଲା ଦାୟର, ଅକ୍ଟୋବରରେ ହେବ ଶୁଣାଣି

ନୂଆଦିଲ୍ଲୀ,୨୨।୯: ବୈବାହିକ ବଳାତ୍କାରକୁ ଅପରାଧ ଘୋଷଣା ପାଇଁ ସୁପ୍ରିମକୋର୍ଟରେ ଯାଚିକା ଦାଖଲ କରାଯାଇଛି। ଅକ୍ଟୋବର ମଧ୍ୟଭାଗରେ ଏହି ମାମଲାର ଶୁଣାଣି କରିବା ନେଇ ଶୁକ୍ରବାର ଉଚ୍ଚ ନ୍ୟାୟାଳୟ କହିଛନ୍ତି।

ସୁପ୍ରିମକୋର୍ଟରେ ଏପ୍ରସଙ୍ଗରେ ଅନେକ ପିଟିସନ ଦାଖଲ କରାଯାଇଛି, ଯେଉଁଥିରେ ଏକ ଗୁରୁତ୍ୱପୂର୍ଣ୍ଣ ଆଇନଗତ ପ୍ରଶ୍ନ ଉଠିଛି। ଭାରତୀୟ ଦଣ୍ଡ ସଂହିତା ଧାରା ୩୭୫ ଅନୁଯାୟୀ ଯଦି ଜଣେ ବ୍ୟକ୍ତି ତାଙ୍କ ପତ୍ନୀଙ୍କ ସହ ଜୋବରଜବରଦସ୍ତି ଶାରୀରିକ ସମ୍ପର୍କ ରଖନ୍ତି, ତେବେ ଏହାକୁ ବଳାତ୍କାର କୁହାଯିବ ନାହିଁ ଏବଂ ତାଙ୍କ ବିରୋଧରେ ବଳାତ୍କାର ମାମଲା ଦାୟର କରାଯାଇପାରିବ ନାହିଁ। ଏହି ଆଇନଗତ ବ୍ୟବସ୍ଥାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି। ଆଇନଜୀବୀ କରୁଣା ନନ୍ଦୀ ଏହି ପ୍ରସଙ୍ଗରେ ଶୀଘ୍ର ଶୁଣାଣି କରିବାକୁ ସୁପ୍ରିମକୋର୍ଟରେ ଅପିଲ କରିଛନ୍ତି। ଏନେଇ ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୂଡ, ଜଷ୍ଟିସ ଜେ.ବି ପାରଦୀୱାଲା ଏବଂ ଜଷ୍ଟିସ ମନୋଜ ମିଶ୍ର ଏହି ମାମଲାର ଶୁଣାଣି ଅକ୍ଟୋବର ମଧ୍ୟଭାଗରେ ହେବ ବୋଲି କହିଛନ୍ତି।

Share