Categories: ଜାତୀୟ

କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ, ଜମ୍ମୁ କଶ୍ମୀରକୁ କେବେ ଦିଆଯିବ ରାଜ୍ୟ ମାନ୍ୟତା

ନୂଆଦିଲ୍ଲୀ,୨୯।୮:ଜମ୍ମୁ କଶ୍ମୀରରେ ଧାରା ୩୭୦ ଉଚ୍ଛେଦ ମାମଲାର ଶୁଣାଣି ସୁପ୍ରିମକୋର୍ଟରେ ଜାରି ରହିଛି। ମଙ୍ଗଳବାର ଏନେଇ ମଧ୍ୟ ଶୁଣାଣି ହୋଇଥିଲା। ଶୁଣାଣିରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ଜମ୍ମୁ କଶ୍ମୀରକୁ କେବେ ରାଜ୍ୟ ମାନ୍ୟତା ଦିଆଯିବ ନେଇ ପ୍ରଶ୍ନ କରିଛନ୍ତି।

ମାମଲାର ଶୁଣାଣି କରି ସର୍ବୋଚ୍ଚ ଅଦାଲତ ରାଜ୍ୟ ମାନ୍ୟତା କେବେ ଦିଆଯିବ ସେଥିପାଇଁ ସମୟ ସୀମା ଧାର୍ଯ୍ୟ କରନ୍ତୁ ବୋଲି ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଏନେଇ କେନ୍ଦ୍ର ସରକାର ନିଜର ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ ବୋଲି କୋର୍ଟ କହିଛନ୍ତି।

ଏହି କ୍ରମରେ କେନ୍ଦ୍ର ସରକାର ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ନିଜର ଆଭିମୁଖ୍ୟ ଉପସ୍ଥାପନ କରିଛନ୍ତି। କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ ଜମ୍ମୁ କଶ୍ମୀରକୁ ଏକ କେନ୍ଦ୍ରଶାସିତ ଅଞ୍ଚଳ କରିବା ନିଷ୍ପତ୍ତି ସ୍ଥାୟୀ ନୁହେଁ। ପରିସ୍ଥିତି ସ୍ବଭାବିକ ହେଲେ ଜମ୍ମୁ କଶ୍ମୀରକୁ ପୁଣିଥରେ ରାଜ୍ୟ କରାଯିବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି।

Share