Categories: ଜାତୀୟ

ମଣିପୁର ହିଂସା: ସିବିଆଇ ଯାଞ୍ଚର ତଦାରଖ ପାଇଁ ପୂର୍ବତନ ଅଧିକାରୀଙ୍କୁ ନିଯୁକ୍ତ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୭।୮: ମଣିପୁର ହିଂସା ମାମଲାରେ ସୋମବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ଆଶ୍ୱସ୍ତି ଏବଂ ପୁନର୍ବାସ କାର୍ଯ୍ୟର ତଦାରଖ କରିବା ପାଇଁ କୋର୍ଟ ପୂର୍ବତନ ବିଚାରପତିଙ୍କ ଏକ କମିଟି ଗଠନ କରିଛନ୍ତି। ଏହା ସହିତ ସିବିଆଇ ତଦାରଖ ପାଇଁ ଜଣେ ପୂର୍ବତନ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇଛି।

ସିବିଆଇ ତଦନ୍ତ ମୁମ୍ବାଇର ପୂର୍ବତନ ପୋଲିସ କମିଶନର ଦତ୍ତାତ୍ରେୟ ପଟସାଲଗିକରଙ୍କ ଦ୍ୱାରା ତଦାରଖ କରାଯିବ ବୋଲି ସିଜେଆଇ ଡି.ଓ୍ବାଇ ଚନ୍ଦ୍ରଚୂଡ ନିର୍ଦ୍ଦେଶ ଦେଇଛନ୍ତି। ସିଜେଆଇ କହିଛନ୍ତି, ଆଶ୍ୱସ୍ତି ଏବଂ ପୁନର୍ବାସ ଉପରେ ପରାମର୍ଶ ଦେବା ପାଇଁ ହାଇକୋର୍ଟର ୩ ପୂର୍ବତନ ବିଚାରପତିଙ୍କ ଏକ କମିଟି ଗଠନ କରାଯିବା ଉଚିତ୍‌। ଯେଉଁଥିରେ ଗୀତା ମିତ୍ତଲ, ଶାଲିନୀ ଯୋଶୀ ଏବଂ ଆଶା ମେନନ ସାମିଲ ହେବେ। ହାଇକୋର୍ଟର ପୂର୍ବତନ ବିଚାରପତି ଗୀତା ମିତ୍ତଲ ଏହାର ନେତୃତ୍ୱ ନେବେ।

Share