Categories: ଜାତୀୟ

ମଣିପୁର ହିଂସା ମାମଲାରେ ସୁପ୍ରିମକୋର୍ଟରେ ଶୁଣାଣି ଜାରି, ପ୍ରଭାବିତ ପ୍ରତ୍ୟେକ ଜିଲାରେ ଗଠନ ହେବ ୬ ଏସ୍‌ଆଇଟି

ନୂଆଦିଲ୍ଲୀ,୭।୮: ମଣିପୁର ହିଂସା ମାମଲାରେ ସୁପ୍ରିମକୋର୍ଟରେ ଶୁଣାଣି ଚାଲିଛି। ଆଟର୍ଣ୍ଣି ଜେନେରାଲ ଭେଙ୍କଟରମଣି କହିଛନ୍ତି ଯେ, ୬୫୦୦ ଏଫଆଇଆର୍‌ ଶ୍ରେଣୀଭୁକ୍ତ ହୋଇ କୋର୍ଟରେ ଉପଲବ୍ଧ କରାଯାଇଛି। ଆମକୁ ଏହି ବିଷୟକୁ ଅତି ପରିପକ୍ୱ ଭାବରେ ଦେଖିବା ଆବଶ୍ୟକ। ଆମେ ବିଭିନ୍ନ ପ୍ରକାରର ଏସ୍‌ଆିଟି ଗଠନ ପାଇଁ ପରାମର୍ଶ ଦେଇଛୁ।

ସେ କହିଛନ୍ତି ଯେ, ହତ୍ୟା ମାମଲାର ଅନୁସନ୍ଧାନ କରୁଥିବା ଏସ୍‌ଆଇଟି ଜଣେ ଏସପି ର଼୍ୟାଙ୍କଙ୍କ ଅଧିକାରୀଙ୍କ ଦ୍ୱାରା ପରିଚାଳିତ ହେବ। ମହିଳାଙ୍କ ସହ ଅସଦାଚରଣ ମାମଲାର ଯାଞ୍ଚ ପାଇଁ ଜଣେ ବରିଷ୍ଠ ମହିଳା ଅଧିକାରୀଙ୍କ ନେତୃତ୍ୱରେ ଏସ୍‌ଆଇଟି ଗଠନ କରାଯିବ। ଏହିଭଳି ଅନ୍ୟାନ୍ୟ ଏସ୍‌ଆଇଟି ରହିଛି। ଡିଆଇଜି ସେମାନଙ୍କଠାରୁ ରିପୋର୍ଟ ନେବେ। ଡିଜିପି ମଧ୍ୟ ପ୍ରତି ୧୫ ଦିନରେ ସମୀକ୍ଷା କରିବେ।

ହିଂସା ଦ୍ୱାରା ଅଧିକ ପ୍ରଭାବିତ ହୋଇଥିବା ପ୍ରତ୍ୟେକ ଜିଲାରେ ୬ଟି ଏସ୍‌ଆଇଟି ଗଠନ କରାଯିବ ବୋଲି ଓକିଲ କହିଛନ୍ତି। ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ ପୂର୍ବରୁ ଯେଉଁ ୧୧ଟି ମାମଲା ସିବିଆଇକୁ ଦିଆଯାଇଥିଲା, ତାହା କେବଳ ସିବିଆଇ ଦ୍ୱାରା ଯାଞ୍ଚ ହେବ।

Share