Categories: ଜାତୀୟ

ରାହୁଲ ଗାନ୍ଧୀଙ୍କ ଆବେଦନ ଉପରେ ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୧।୭: ମୋଦି ଉପନାମ ମନ୍ତବ୍ୟ ସହ ଜଡିତ ମାନହାନି ମାମଲାରେ ଶୁକ୍ରବାର କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟ ଶୁଣାଣି କରିବେ। ରାହୁଲ ଗାନ୍ଧୀଙ୍କ ଦଣ୍ଡ ଉପରେ ସ୍ଥଗିତ ରଖିବାକୁ ଏକ ଆବେଦନକୁ ଗୁଜରାଟ ହାଇକୋର୍ଟ ଖାରଜ କରିଦେଇଥିଲେ। ଏହା ପରେ ପୂର୍ବତନ କଂଗ୍ରେସ ସଭାପତି ସର୍ବୋଚ୍ଚ ନ୍ୟାୟାଳୟରେ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଥିଲେ।

ଜଷ୍ଟିସ ବିଆର ଗବାଇ ଏବଂ ଜଷ୍ଟିସ ପି.କେ ମିଶ୍ରାଙ୍କ ଏକ ବେଞ୍ଚ ଏହି ମାମଲାର ଶୁଣାଣି କରିବେ। ସିଜେଆଇ ଡି.ଓ୍ବାଇ ଚନ୍ଦ୍ରଚୂଡଙ୍କ ଏକ ବେଞ୍ଚ ଜୁଲାଇ ୧୮ରେ ବରିଷ୍ଠ ଆଡଭୋକେଟ ଅଭିଷେକ ସିଂଘବିଙ୍କ ମାମଲାର ଉଲ୍ଲେଖ କରିବା ଏବଂ ଜରୁରୀ ଶୁଣାଣି ପାଇଁ ଦାବି କରିବା ପରେ ରାହୁଲ ଗାନ୍ଧୀଙ୍କ ଆବେଦନର ଶୁଣିବାକୁ ରାଜି ହୋଇଥିଲେ।

Share