Categories: ଜାତୀୟ

ବରିଷ୍ଠ ଓକିଲ ପ୍ରଶାନ୍ତଭୂଷଣ ଦୋଷୀ ସାବ୍ୟସ୍ତ

ନୂଆଦିଲ୍ଲୀ,୧୪।୮: ମାନ୍ୟବର ସୁପ୍ରିମକୋର୍ଟଙ୍କ ଉପରେ ଦୁଇଟି ଅପମାନସୂଚକ ଟୁଇଟ୍‌ କରି ଫସିଯାଇଛନ୍ତି ବରିଷ୍ଠ ଓକିଲ ପ୍ରଶାନ୍ତଭୂଷଣ। ଏହି ମାମଲାରେ ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି ଅଗଷ୍ଟ ୨୦ରେ କରାଯିବ ବୋଲି ଜଣାପଡିଛି। ସୂଚନାଯୋଗ୍ୟ, ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏସଏ ବୋବଡେ ଏବଂ ୪ ପୂର୍ବତମ ପ୍ରଧାନ ବିଚାରପତିଙ୍କ ବିଷୟରେ ପ୍ରଶାନ୍ତଭୂଷଣ ଟୁଇଟ୍‌ କରିଥିଲେ। ଏହି ମାମଲାରେ ସୁପ୍ରିମକୋର୍ଟ ତାଙ୍କ ବିରୋଧରେ ଅବମାନନା କରିଥିବା ଅଭିଯୋଗ କରି ପ୍ରଶାନ୍ତଙ୍କୁ ନୋଟିସ ପଠାଯାଇଥିଲା। ନୋଟିସର ଜବାବ ଦେଇ କହିଥିଲେ, ପ୍ରଧାନ ବିଚାରପତିଙ୍କ ଆଲୋଚନା କରିବା ସୁପ୍ରିମକୋର୍ଟଙ୍କ ଗରିମା କମ୍‌ ହୁଏ ନାହିଁ।

Share