Categories: ଜାତୀୟ

୭୫ ବର୍ଷରେ ସୁପ୍ରିମକୋର୍ଟ: କମ୍ପ୍ଲେକ୍ସ ସମ୍ପ୍ରସାରଣ ଲାଗି ୮୦୦ କୋଟି ମଞ୍ଜୁର

ନୂଆଦିଲ୍ଲୀ,୨୯।୧: ସୁପ୍ରିମକୋର୍ଟ ୭୫ ବର୍ଷରେ ପଦାର୍ପଣ କରିଛି। ଏହି ଅବସରରେ କୋର୍ଟ କମ୍ପ୍ଲେକ୍ସ ସମ୍ପ୍ରସାରଣ ଲାଗି ୮୦୦ କୋଟି ଟଙ୍କା ମଞ୍ଜୁର କରାଯାଇଥିବା ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ବର୍ତ୍ତମାନ ପରିପ୍ରେକ୍ଷୀକୁ ଦୃଷ୍ଟିରେ ରଖି ସରକାର ଆଇନର ଆଧୁନିକୀକରଣ କରିଛନ୍ତି। ନୂଆ ଆଇନ ଭବିଷ୍ୟତର ଭାରତକୁ ଅଧିକ ସୁଦୃଢ଼ କରିବ।

୩ଟି ନୂଆ ଆପରାଧିକ ନ୍ୟାୟ ଆଇନ କାର୍ଯ୍ୟକାରୀ ହେବା ଦ୍ୱାରା ଭାରତର ଆଇନଗତ, ନୀତି ନିର୍ଦ୍ଧାରଣ ଏବଂ ତଦନ୍ତ ବ୍ୟବସ୍ଥା ଏକ ନୂଆ ଯୁଗରେ ପ୍ରବେଶ କରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ୭୫ତମ ବାର୍ଷିକୀ ଅବସରରେ ଉଦ୍‌ବୋଧନ ଦେଇ ସିଜେଆଇ ଡି.ଓ୍ବାଇ. ଚନ୍ଦ୍ରଚୂଡ଼ କହିଛନ୍ତି, ବିଚାରପତିମାନେ ସାମାଜିକ ଓ ରାଜନୈତିକ ଚାପରୁ ମୁକ୍ତ ରହିବା ଆବଶ୍ୟକ। ସ୍ବାଧୀନ ନ୍ୟାୟପାଳିକା ଅର୍ଥ କାର୍ଯ୍ୟପାଳିକାଠାରୁ ଅଦାଲତଗୁଡ଼ିକର ସ୍ବାଧୀନତା ନୁହେଁ, ବରଂ କାର୍ଯ୍ୟ ସମ୍ପାଦନରେ ବିଚାରପତିମାନଙ୍କ ସ୍ବାଧୀନତା।

Share