Categories: ଜାତୀୟ

ବଳାତ୍କାର ପୀଡିତାଙ୍କୁ ଦ୍ୱିତୀୟ ଥର ମେଡିକାଲ ଯାଞ୍ଚ ପାଇଁ ଦିଆଗଲା ନିର୍ଦ୍ଦେଶ, ୨୦ ଅଗଷ୍ଟ ସୁଦ୍ଧା ରିପୋର୍ଟ ଦେବ ହସ୍ପିଟାଲ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୯।୮: ସୁପ୍ରିମକୋର୍ଟ ଶନିବାର ଏକ ସ୍ବତନ୍ତ୍ର ବୈଠକରେ ଜଣେ ବଳାତ୍କାର ପୀଡ଼ିତାଙ୍କ ଗର୍ଭାବସ୍ଥାକୁ ଶେଷ କରିବାକୁ କରାଯାଇଥିବା ଆବେଦନ ଉପରେ ଶୁଣାଣି କରିଛନ୍ତି। ଶୁଣାଣି ସମୟରେ କୋର୍ଟ ପୀଡ଼ିତାଙ୍କୁ ପୁନଃ ମେଡିକାଲ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଏବଂ ଅଗଷ୍ଟ ୨୦ ସୁଦ୍ଧା ମେଡିକାଲ ତା’ର ରିପୋର୍ଟ ଦାଖଲ କରୁ ବୋଲି କହିଛନ୍ତି।

ଶୁଣାଣି ସମୟରେ ସୁପ୍ରିମକୋର୍ଟ ମଧ୍ୟ ଗୁଜରାଟ ହାଇକୋର୍ଟଙ୍କୁ ସମାଲୋଚନା କରିଥିଲେ। ଗୁଜୁରାଟ ହାଇକୋର୍ଟ ପୀଡିତାଙ୍କ ଗର୍ଭଧାରଣ ଶେଷ କରିବାକୁ ଦେଇଥିବା ଆବେଦନକୁ ଖାରଜ କରି କହିଛନ୍ତି ଯେ ଏଭଳି ଘଟଣାରେ ତତ୍ପରତାର ଭାବନା ରହିବା ଉଚିତ ଏବଂ ଏହାକୁ ସାଧାରଣ କାର୍ଯ୍ୟ ଭାବରେ ଗ୍ରହଣ କରି ଉଦାସୀନ ମନୋଭାବ ରହିବା ଉଚିତ ନୁହେଁ।

Share