Categories: ଜାତୀୟ

କୋଲକାତା ହାଇକୋର୍ଟଙ୍କ ନିଷ୍ପତ୍ତି ଉପରେ ସୁପ୍ରିମକୋର୍ଟଙ୍କ ମଧ୍ୟବର୍ତ୍ତିକାଳୀନ ରହିତା ଦେଶ, ଆଣ୍ଡାମାନ ଏଲଜିଙ୍କ ଉପରେ ଲାଗିଥିଲା ୫ଲକ୍ଷର ଜରିମାନା

ନୂଆଦିଲ୍ଲୀ,୪।୮: ସୁପ୍ରିମକୋର୍ଟ କୋଲକାତା ହାଇକୋର୍ଟଙ୍କ ସେହି ଆଦେଶ ଉପରେ ମଧ୍ୟବର୍ତ୍ତିକାଳୀନ ରହିତା ଦେଶ ଲଗାଇଛନ୍ତି, ଯେଉଁଥିରେ ଆଣ୍ଡାମାନ ଓ ନିକୋବର ଦ୍ୱିପପୁଞ୍ଜର ଏଲଜିଙ୍କ ଉପରେ ୫ ଲକ୍ଷ ଟଙ୍କାର ଜରିମାନା ଲଗାଯାଇଥିଲା। ଶୁକ୍ରବାର ସୁପ୍ରିମକୋର୍ଟ ଅଗଷ୍ଟ ୧୧କୁ ମାମଲାର ଶୁଣାଣି ତାରିଖ ଭାବରେ ସ୍ଥିର କରିଛନ୍ତି। ଗୁରୁବାର କୋଲକାତା ହାଇକୋର୍ଟ ମଧ୍ୟ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟ ସଚିବଙ୍କୁ ନିଲମ୍ବିତ କରି ଦେଇଛନ୍ତି।
କୋଲକାତା ହାଇକୋର୍ଟ ସେଣ୍ଟର ଅଫ ଇଣ୍ଡିଆନ ଟ୍ରେଡ ୟୁନିଅନ୍ସ (ସିଆଇଟିୟୁ) ସହିତ ଜଡିତ ଆଣ୍ଡାମାନ ପବ୍ଲିକ ୱାର୍କସ ବିଭାଗକୁ ଦୈନିକ ଦର ଶ୍ରମିକମାନଙ୍କୁ ଡିଏ ସୁବିଧା ସହିତ ମଜୁରୀର ୧/୩୦ ପ୍ରତିଶତ ଅଂଶ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟଙ୍କ ଏହି ଆଦେଶ ପାଳନ ନ କରିବାରୁ କୋର୍ଟ ଏଲଜି ଏବଂ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଜରିମାନା ଲଗାଇ ନିଲମ୍ବିତ କରିଛନ୍ତି।

Share