Categories: ଜାତୀୟ

ସିସୋଦିଆଙ୍କ କଥା ଶୁଣିଲେ ସୁପ୍ରିମ୍‌କୋର୍ଟ, ED-CBIକୁ ନୋଟିସ୍‌

ନୂଆଦିଲ୍ଲୀ, ୧୬।୦୭: ପାଖାପାଖି ୧୬ ମାସ ହେବ ଜେଲ୍‌ରେ ଥିବା ଆମ୍‌ ଆଦ୍‌ମୀ ପାର୍ଟିର ବରିଷ୍ଠ ନେତା ମନୀଷ ସିସୋଦିଆଙ୍କ ଜାମିନ୍‌ ନେଇ ସୁପ୍ରିମ୍‌କୋର୍ଟ ଶୁଣାଣି କରିଛନ୍ତି । ମଙ୍ଗଳବାର ସୁପ୍ରିମ୍‌କୋର୍ଟ ସଂକ୍ଷିପ୍ତ ଶୁଣାଣି ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି ଏବଂ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ବା ସିବିଆଇକୁ ନୋଟିସ୍‌ ଜାରି କରିବା ସହିତ ଜବାବ ଦାଖଲ କରିବାକୁ କହିଛନ୍ତି । ସର୍ବୋଚ୍ଚ ଅଦାଲତ ଏହି ମାମଲାର ଆଗାମୀ ଶୁଣାଣି ୨୯ ଜୁଲାଇରେ କରିବେ ବୋଲି କହିଛନ୍ତି ।
ଦିଲ୍ଲୀର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ମଦ ଦୁର୍ନୀତି ସହ ଜଡ଼ିତ ସିବିଆଇ ଏବଂ ଇଡି ମାମଲାରେ ଜାମିନ୍‌ ପାଇଁ ଆବେଦନ କରିଥିଲେ । ସେ ଏହି ମାମଲାର ଶୁଣାଣି ବିଳମ଼୍ବରେ କରାଯାଉଥିବା ଏକ ଦଲିଲ୍‌ରେ ଦର୍ଶାଇଛନ୍ତି ।

Share