ନୂଆଦିଲ୍ଲୀ, ୨୫।୮ : ମନି ଲାଣ୍ଡରିଂ ଆଇନ ପିଏମଏଲଏକୁ ସମର୍ଥନ କରୁଥିବା ନିଜର ପୂର୍ବର ରାୟ ଉପରେ କରାଯାଇଥିବା ପୁନର୍ବିଚାର ପିଟିଶନର ଶୁଣାଣି ଗୁରୁବାର ସୁପ୍ରିମକୋର୍ଟରେ ହୋଇଛି। ଏନେଇ ପ୍ରଧାନ ବିଚାରପତି ଏନଭି ରମନା କହିଛନ୍ତି ଯେ ପିଏମଏଲଏର ଥିବା ଦୁଇଟି ପ୍ରାବଧାନ ପୁନର୍ବିଚାର ଯୋଗ୍ୟ। ଏନେଇ ଶୀର୍ଷ କୋର୍ଟ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରି ଜବାବ ଲୋଡ଼ିଛନ୍ତି।
ବିଚାର ଯୋଗ୍ୟ ପ୍ରାବଧାନଗୁଡ଼ିକ ହେଉଛି ଇଡି ପକ୍ଷରୁ ଦାଏର ହୋଇଥିବା ଇସିଆଇଆର୍ ଏଫ୍ଆଇଆର ଅଭିଯୁକ୍ତଙ୍କୁ ପ୍ରଦାନ ନ କରାଯିବା ଏବଂ ନିଜକୁ ନିର୍ଦ୍ଦୋଷ ପ୍ରମାଣ କରିବା ଦାୟିତ୍ୱ।
ଏହି ଦୁଇଟି ପ୍ରାବଧାନ ଉପରେ ପୁନର୍ବିଚାର କରାଯାଇ ପାରିବ ବୋଲି ପ୍ରଧାନ ବିଚାରପତି ରମନା ମତପୋଷଣ କରିଛନ୍ତି।