ନୂଆଦିଲ୍ଲୀ,୨୨।୯: ‘ସନାତନ ଧର୍ମ’ ଉପରେ ଦେଇଥିବା ମନ୍ତବ୍ୟ ମାମଲାରେ ସୁପ୍ରିମକୋର୍ଟ ତାମିଲନାଡୁ ସରକାରୀରେ ମନ୍ତ୍ରୀ ତଥା ଡିଏମକେ ନେତା ଉଦୟନିଧି ଷ୍ଟାଲିନଙ୍କୁ ନୋଟିସ ଜାରି କରିଛନ୍ତି। ଆବେଦନରେ ସନାତନ ଧର୍ମର ସମାପ୍ତି ସମ୍ପର୍କରେ ଦେଇଥିବା ବିବୃତ୍ତି ପାଇଁ ଉଦୟାନିଧି ଷ୍ଟାଲିନଙ୍କ ବିରୋଧରେ ଏଫଆଇଆର ପଞ୍ଜିକରଣ କରିବାକୁ ଅନୁରୋଧ କରାଯାଇଛି। ସୂଚନାଯୋଗ୍ୟ, ସନାତନ ଧର୍ମ ଉପରେ ଦିଆଯାଇଥିବା ମନ୍ତବ୍ୟକୁ ନେଇ ସୁପ୍ରିମକୋର୍ଟରେ ଆଉ ଏକ ପିଟିଶନ ଦାଖଲ କରାଯାଇଛି। ଏଥିରେ ତାମିଲନାଡୁ ଏବଂ କେରଳର ପୋଲିସ ମହାନିର୍ଦ୍ଦେଶକଙ୍କ ବିରୋଧରେ କୋର୍ଟର ଅବମାନନାର ପ୍ରକ୍ରିୟା ଆରମ୍ଭ କରିବାକୁ ଏକ ଦାବି କରାଯାଇଛି।
ସୂଚନାଯୋଗ୍ୟ, ଉଦୟନିଧି ଷ୍ଟାଲିନ ଏକ ଆପତ୍ତିଜନକ ମନ୍ତବ୍ୟକୁ ନେଇ ରାଜନୈତିକ ମହଲରେ ର୍ଚ୍ଚା ଜୋର ଧରିଛି। ନିକଟରେ ତାମିଲନାଡୁରେ ଏକ ଆୟୋଜିତ ସମ୍ମିଳନୀରେ ବହୁ ବଡ ନେତା ଅଂଶଗ୍ରହଣ କରିଥିଲେ। ଏହି ସମ୍ମିଳନୀ ସହ ଜଡିତ ଏକ କ୍ଲିପ୍ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହୋଇଥିଲା, ଯେଉଁଥିରେ ସେ କହିଥିଲେ ଯେ କିଛି ଜିନିଷ ଅଛି ଯାହାକୁ ଆମକୁ ବିଲୋପ କରିବାକୁ ପଡିବ ଏବଂ ଆମେ କେବଳ ବିରୋଧ କରିପାରିବା ନାହିଁ। ମଶା, ଡେଙ୍ଗୁ ଜ୍ୱର, ମ୍ୟାଲେରିଆ, କରୋନା, ଏହି ସବୁ ଜିନିଷ ଯାହାକୁ ଆମେ ବିରୋଧ କରିପାରିବା ନାହିଁ, ତାହାକୁ ଆମେ ବିଲୋପ କରିବାକୁ ପଡିବ ଏବଂ ସନାତନ ଧର୍ମ ମଧ୍ୟ ସେହିଭଳି। ସନାତନମ୍କୁ ହଟାଇବା ଏବଂ ଏହାକୁ ବିରୋଧ ନ କରିବା ଆମର ପ୍ରଥମ କାର୍ଯ୍ୟ ହେବା ଉଚିତ୍।