Categories: ଜାତୀୟ

ଆଶାରାମଙ୍କ ଆବେଦନ ଉପରେ ଗୁଜରାଟ ସରକାରଙ୍କୁ ନୋଟିସ୍‌ ଜାରି କଲେ ସୁପ୍ରିମକୋର୍ଟ…

ନୂଆଦିଲ୍ଲୀ, ୧୩।୮ : ଆଶାରାମ ବାପୁଙ୍କ ଆବେଦନ ଉପରେ ଗୁଜରାଟ ସରକାରଙ୍କୁ ସୁପ୍ରିମକୋର୍ଟ ନୋଟିସ୍‌ ଜାରି କରିଛନ୍ତି। ଆଶାରାମଙ୍କ ପକ୍ଷରୁ ତାଙ୍କ ବୟସ ୮୦ ବର୍ଷରୁ ଅଧିକ ଏବଂ ତାଙ୍କ ସ୍ବସ୍ଥ୍ୟ ଅବସ୍ଥା ବିଗିଡି ଯାଉଛି ବୋଲି ଦର୍ଶାଇ ଆଶାରାମ ଜାମିନ ମାଗିଛନ୍ତି।

ଜଷ୍ଟିସ ଅଜୟ ରାସ୍ତୋଗି ଏବଂ ଜଷ୍ଟିସ ସିଟି ରବିକୁମାରଙ୍କ ଏକ ବେଞ୍ଚ ଗୁଜରାଟ ସରକାରଙ୍କଠାରୁ ଏନେଇ ଜବାବ ମାଗି ସେପ୍ଟେମ୍ବର ୭ରେ ଏହି ମାମଲାର ଶୁଣାଣି ପାଇଁ ସ୍ଥିର କରିଛନ୍ତି।
୨୦୧୩ରେ ବଳାତ୍କାର ମାମଲାରେ ତାଙ୍କ ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରିବା ବିରୋଧରେ ଜେଲରେ ଥିବା ଅଶାରାମଙ୍କ ଦ୍ୱାରା ଦାଖଲ କରାଯାଇଥିବା ଆବେଦନ ଉପରେ ସୁପ୍ରିମକୋର୍ଟ ଗୁଜରାଟ ସରକାରଙ୍କ ପ୍ରତିକ୍ରିୟା ଲୋଡ଼ିଛନ୍ତି। ଗୁଜୁରାଟ ହାଇକୋର୍ଟଙ୍କ ୧୦ ଡିସେମ୍ବର ୨୦୨୧ ଆଦେଶକୁ ଚ୍ୟାଲେଞ୍ଜ କରି ଆଶାରାମଙ୍କ ଆବେଦନ ଉପରେ ବେଞ୍ଚ ରାଜ୍ୟ ସରକାରଙ୍କୁ ନୋଟିସ ଜାରି କରିଛନ୍ତି।

ଏହି ମାମଲାରେ ଏକ ସିଦ୍ଧାନ୍ତରେ ପହଞ୍ଚିବାର କୌଣସି ଆଶା ନାହିଁ ବୋଲି ଦର୍ଶାଇ ଆଶାରାମ ଜାମିନ ମାଗିଛନ୍ତି। ୨୦୧୮ ରେ ଆଶାରମଙ୍କୁ ତାଙ୍କ ଆଶ୍ରମରେ ନାବାଳିକାକୁ ବଳାତ୍କାର ଅଭିଯୋଗରେ ରାଜସ୍ଥାନର ଏକ ସ୍ବତନ୍ତ୍ର କୋର୍ଟ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ।

ବେଞ୍ଚ କହିଛନ୍ତି ଯେ ସମ୍ପୃକ୍ତ ବିଚାରର ଏକ ସାର୍ଟିଫିକେଟ କପି ଏବଂ ସରକାରୀ ଅନୁବାଦର କପି ଦାଖଲ କଲେ ଜାମିନ ଆବେଦନକୁ ଅନୁମତି ମିଳିଥାଏ। ଏନେଇ ନୋଟିସ ଜାରି କରାଯିବା ଉଚିତ ଏବଂ ଏହାର ଉତ୍ତର ୭ ସେପ୍ଟେମ୍ବର ୨୦୨୨ ସୁଦ୍ଧା ଦିଆଯିବା ଆବଶ୍ୟକ।

Share