Categories: ଜାତୀୟ

ରାଘବ ଚଢାଙ୍କ ଆବେଦନ ଉପରେ ରାଜ୍ୟ ସଭା ସଚିବାଳୟକୁ ନୋଟିସ ଜାରି କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୬।୧୦: ଆମ ଆଦମୀ ପାର୍ଟି (ଏଏପି) ଏମ୍‌ପି ରାଘବ ଚଢାଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟ ସୋମବାର ଅର୍ଥାତ୍‌ ଅକ୍ଟୋବର ୧୬ରେ ରାଜ୍ୟ ସଭା ସଚିବାଳୟକୁ ନୋଟିସ ଜାରି କରିଛନ୍ତି। ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୩୦ରେ ହେବ। ରାଘବ ରାଜ୍ୟ ସଭାରୁ ତାଙ୍କ ନିଲମ୍ବନକୁ ଚ୍ୟାଲେଞ୍ଜ କରିଛନ୍ତି । ଅଗଷ୍ଟରେ ଚଢାଙ୍କ ନିଲମ୍ବିତ କରାଯାଇଥିଲା।

ରାଘବଙ୍କ ପକ୍ଷରୁ ଯୁକ୍ତି ଦର୍ଶାଯାଇଛି ଯେ, ତାଙ୍କ ବିରୋଧରେ ବିଶେଷାଧିକାରର ଉଲ୍ଲଂଘନ ମାମଲା ରୁଜୁ କରାଯାଇନାହିଁ। ଯଦିଓ ଏକ ମାମଲା ରୁଜୁ ହୋଇଥିଲା, ନିୟମ ୨୫୬ ଅନୁଯାୟୀ ତାଙ୍କୁ କେବଳ ସେହି ଅଧିବେଶନ ପାଇଁ ନିଲମ୍ବିତ କରାଯାଇପାରିଥାନ୍ତା। ଏହି ମାମଲା ବର୍ତ୍ତମାନ ସଂସଦର ଅଧିକାର କମିଟିରେ ଅଛି।

Share