Categories: ଜାତୀୟ

ଜଟିଳ ରୋଗ ଅପରେଶନର ଲାଇଭ ଷ୍ଟ୍ରିମିଂ ବନ୍ଦ କରିବାକୁ ସୁପ୍ରିମକୋର୍ଟରେ ମାମଲା ଦାଖଲ

ନୂଆଦିଲ୍ଲୀ,୧୩।୧୦: ଜଟିଳ ରୋଗର ଅପରେଶନର ଲାଇଭ ଷ୍ଟ୍ରିମିଂ ବନ୍ଦ କରିବାକୁ ସୁପ୍ରିମକୋର୍ଟରେ ଏକ ପିଟିଶନ ଦାଖଲ କରାଯାଇଛି। କୋର୍ଟରେ ଦାଖଲ ହୋଇଥିବା ପିଟିଶନରେ କୁହାଯାଇଛି, ଲାଇଭ ସର୍ଜରୀ ଟେଲିକାଷ୍ଟ ଆଇନତଃ ଅନୈତିକ।
ରିପୋର୍ଟ ଅନୁଯାୟୀ, ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୂଡଙ୍କ ନେତୃତ୍ୱରେ ଏକ ବେଞ୍ଚ ସୁପ୍ରିମକୋର୍ଟରେ ସର୍ଜରୀର ଲାଇଭ ଟେଲିକାଷ୍ଟ ମାମଲାର ଶୁଣାଣି କରିଛି। ଏହି ବେଞ୍ଚ କେନ୍ଦ୍ର ତଥା ନ୍ୟାଶନାଲ ମେଡିକାଲ କମିଶନ (ଏନଏମସି) ସମେତ ଅନ୍ୟମାନଙ୍କୁ ନୋଟିସ ଜାରି କରି ଦିଲ୍ଲୀର କିଛି ଲୋକଙ୍କ ଦ୍ୱାରା ଦାଖଲ ହୋଇଥିବା ଆବେଦନ ଉପରେ ସେମାନଙ୍କ ପ୍ରତିକ୍ରିୟା ଲୋଡିଛି। ବର୍ତ୍ତମାନ ତିନି ସପ୍ତାହ ପରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ।

ସୁପ୍ରିମକୋର୍ଟର ବେଞ୍ଚ କହିଛନ୍ତି, ସର୍ଜରୀର ଲାଇଭ ଟେଲିକାଷ୍ଟ ଉପରେ ନିୟମିତ ନଜର ରଖିବା ପାଇଁ ଆବେଦନକାରୀମାନେ ଜାତୀୟ ମେଡିକାଲ କମିଶନଙ୍କ ନିକଟରେ ପରାମର୍ଶ ଲୋଡିଛନ୍ତି। ସିଜେଆଇଙ୍କ ଦ୍ୱାରା ପରିଚାଳିତ ବେଞ୍ଚ କହିଛନ୍ତ, ଆବେଦନକାରୀମାନେ ଏ ବାବଦରେ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରିବା ସହ ଏକ କମିଟି ଗଠନ ପାଇଁ ନିର୍ଦ୍ଦେଶ ଲୋଡିଛନ୍ତି।

Share