Categories: ଜାତୀୟ

ସିସୋଡିଆଙ୍କୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଜେଲରେ ରଖାଯାଇପାରିବ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୬।୧୦: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ ଅଡୁଆ କମୁନାହିଁ। ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ପ୍ରାୟ ଆଠ ମାସ ଜେଲରେ ଅଛନ୍ତି। ସିବିଆଇ ଏବଂ ଇଡି ଏହି ଘଟଣାର ତଦନ୍ତ କରୁଛନ୍ତି। ଜାମିନ ଆବେଦନକୁ କ୍ରମାଗତ ଖାରଜ ହେବା ମଧ୍ୟରେ ସୁପ୍ରିମକୋର୍ଟ ସିବିଆଇ ଏବଂ ଇଡିଙ୍କୁ କହିଛନ୍ତି, ସିସୋଡିଆଙ୍କୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଜେଲରେ ରଖାଯାଇପାରିବ ନାହିଁ। ଶୁଣାଣି ସୋମବାର ଅଧା ରହିଛି ଏବଂ ମଙ୍ଗଳବାର ପର୍ଯ୍ୟନ୍ତ ଏହା ଜାରି ରହିବ।

ସୋମବାର ସୁପ୍ରିମକୋର୍ଟ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ଏବଂ ପ୍ର୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ଅନେକ ପ୍ରଶ୍ନ ପଚାରିଛନ୍ତି। ଜଷ୍ଟିସ ସଞ୍ଜୀବ ଖାନ୍ନା ଏବଂ ଏସବିଏନ ଭଟ୍ଟୀଙ୍କ ଏକ ବେଞ୍ଚ ୨ ଅନୁସନ୍ଧାନକାରୀ ଏଜେନ୍ସ ପକ୍ଷରୁ ହାଜର ହୋଇଥିବା ଅତିରିକ୍ତ ସଲିସିଟର ଜେନେରାଲ ଏସ.ଭି ରାଜୁଙ୍କୁ ପଚାରିଛନ୍ତି, ନିମ୍ନ ଅଦାଲତରେ ସିସୋଡିଆଙ୍କ ବିରୋଧରେ ହୋଇଥିବା ଅଭିଯୋଗ ଉପରେ କେବେ ଶୁଣାଣି ହେବ। ବେଞ୍ଚ ରାଜୁଙ୍କୁ କହିଛନ୍ତି, ତୁମେ ସିସୋଡିଆକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଜେଲରେ ରଖାଯାଇପାରିବ ନାହିଁ। ଥରେ ଚାର୍ଜଶିଟ ଏକ ମାମଲାରେ ଦାଖଲ ହେବା ପରେ ତୁରନ୍ତ ଅଭିଯୋଗ ଉପରେ ବିତର୍କ ଆରମ୍ଭ ହେବା ଉଚିତ୍‌।

Share