Advertisement
Categories: ଜାତୀୟ

ସୁପ୍ରିମକୋର୍ଟରୁ ସିସୋଡିଆଙ୍କୁ ଝଟକା

ନୂଆଦିଲ୍ଲୀ.୧୫।୯: ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଏଏପି ନେତା ମନୀଷ ସିସୋଡିଆଙ୍କୁ ସୁପ୍ରିମକୋର୍ଟରୁ ଝଟକା ଲାଗିଛି। ଦିଲ୍ଲୀର ମଦ ଦୁର୍ନୀତିର ଦୁଇଟି ମାମଲାରେ ସିସୋଡିଆଙ୍କ ଜାମିନ ଆବେଦନ ଉପରେ ଶୁଣାଣି ଅକ୍ଟୋବର ୪ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି।

ସିସୋଡିଆଙ୍କ ପକ୍ଷରୁ ହାଜର ହୋଇଥିବା ବରିଷ୍ଠ ଓକିଲ ଅଭିଷେକ ସିଂଘବି କହିଛନ୍ତି , ଏହି ମାମଲାରେ ଯୁକ୍ତି କରିବା ପାଇଁ ତାଙ୍କୁ ଦୁଇ ତିନି ଘଣ୍ଟା ଦରକାର। ଏହା ଉପରେ ଜଷ୍ଟିସ ସଞ୍ଜୀବ ଖନ୍ନା ଏବଂ ଏସ୍‌ବିଏନ ଭଟ୍ଟଙ୍କ ବେଞ୍ଚ ଆଗାମୀ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share