Categories: ଜାତୀୟ

ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରି ନ ଥିବା ରାଜ୍ୟଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ

ନୂଆଦିଲ୍ଲୀ,୧୧ ।୯: ସୁପ୍ରିମକୋର୍ଟ ଶୁକ୍ରବାର ଦିଲ୍ଲୀ, ପଶ୍ଚିମବଙ୍ଗ, ଓଡ଼ିଶା ସମେତ କିଛି ରାଜ୍ୟ ସରକାରଙ୍କୁ ନୋଟିସ ଜାରି କରିଛନ୍ତି । କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନାକୁ ରାଜ୍ୟରେ ଲଙ୍କଜ୍ଞର କରି ନ ଥିବାରୁ କୋର୍ଟ ଏହି ନୋଟିସ ଜାରି କରିଛନ୍ତି । ଏକ ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ ଏ ସମ୍ପର୍କରେ ଉକ୍ତ ରାଜ୍ୟ ସରକାରଙ୍କଠାରୁ ଜବାବ ମାଗିଛନ୍ତି । ଆବେଦନକାରୀ କହିଛନ୍ତି କିଛି ରାଜ୍ୟ ସରକାର ସ୍ୱାସ୍ଥ୍ୟ ସହ ଜଡିତ ଏହି ଆୟୁଷ୍ମାନ ଭାରତ ଯୋଜନାରେ କେନ୍ଦ୍ର ସରକାର ୫ ଲକ୍ଷ ଟଙ୍କା ବୀମା ପ୍ରଦାନ କରୁଥିବା ବେଳେ ରାଜ୍ୟ ଦରକାର ଏହାକୁ ଲାଗୁ ନ କରିବାରୁ ସେ ହି ରାଜ୍ୟର ଗରିବ ଲୋକେ ୁପକତ ହୋଇ ପାରୁ ନାହାନ୍ତି । ସୂଚନାଯୋଗ୍ୟ, ଆୟୁଷ୍ମାନ ଭାରତ ଯୋଜନାରେ ମିଳୁଥିବା ଗୋଲ୍ଡ କାର୍ଡ ସହାୟତାରେ ଜଣେ ବ୍ୟକ୍ତି ଦେଶର ଯେ କୌଣସି ସ୍ଥାନରେ ଚିକିତ୍ସା ସୁବିଧା ପାଇ ପାରିବେ । ଏଥିରେ ୫ ଲକ୍ଷ ପର୍ଯ୍ୟନ୍ତ ଖର୍ଚ୍ଚ ବୀମା କମ୍ପାନୀ ବହନ କରିବ । ହେଲେ ଗୋଲ୍ଡ କାର୍ଡଧାରୀଙ୍କୁ ଏଥିପାଇଁ କୌଣସି ପ୍ରିମିୟମ ଦେବାକୁ ପଡିବ ନାହିଁ । ସୂଚନାଯୋଗ୍ୟ, ଯେତେବେଳେ କେନ୍ଦ୍ର ସରକାର ଏହି ଯୋଜନା ଲାଗୁ କଲେ ସେତେବେଳେ ପଶ୍ଚିମବଙ୍ଗ ସରକାର ଏହାକୁ ଲାଗୁ ନ କରିବାକୁ ସିଧାସଳଖ ମନା କରି ଦେଇଥିଲେ । ଏମିତିକି ଏବେ ପର୍ଯ୍ୟନ୍ତ ଦିଲ୍ଲୀ, ତେଲେଙ୍ଗାନା ଓଡିଶା ମଧ୍ୟ ଏହାକୁ ଲାଗି କରି ନାହାନ୍ତି ।

Share