Categories: ଜାତୀୟ

ଭିକ୍ଷାବୃତ୍ତିକୁ ଅପରାଧ ଘୋଷଣା କରିଥିବା ୫ ରାଜ୍ୟକୁ ସୁପ୍ରିମ୍‌କୋର୍ଟ ନୋଟିସ୍‌

ନୂଆଦିଲ୍ଲୀ,୧୦।୨: ଭିକ୍ଷାବୃତ୍ତିକୁ ଏକ ଅପରାଧ ଭାବେ ଘୋଷଣା କରିଥିବା ୫ ରାଜ୍ୟକୁ ସୁପ୍ରମିକୋର୍ଟଙ୍କ ପକ୍ଷରୁ ଏହାର ବୈଧତା ନେଇ ନୋଟିସ୍‌ ଜାରି କରାଯାଇଛି। ସୁପ୍ରିମ୍‌କୋର୍ଟ ପଞ୍ଜାବ ପ୍ରିଭେନଶନ୍‌ ଅଫ୍‌ ବେଗରି ଆକ୍ଟ ୧୯୭୧ ସହିତ ୧୯୫୯ ବମ୍ବେ ପ୍ରିଭେନଶନ୍‌ ଅଫ୍‌ ବେଗିଙ୍ଗ୍‌ ଆକ୍ଟର ଧାରାକୁ ଚ୍ୟାଲେଞ୍ଜ୍‌ କରିଛନ୍ତି। ଆବେଦନକାରୀ ଏଭଳି ଆଇନ ଦ୍ୱାରା ସମାଜ ଗରିବ ଲୋକଙ୍କୁ ଶୋଷଣ କରାଯାଉଥିବା ଉଲ୍ଲେଖ କରିଛନ୍ତି। ଏନେଇ ପଞ୍ଜାବ, ମହାରାଷ୍ଟ୍ର, ହରିୟାଣା, ଗୁଜରାଟ ଏବଂ ବିହାର ଆଦି ରାଜ୍ୟ ସରକାରଙ୍କୁ ନୋଟିସ୍‌ ଜାରି ହୋଇଛି। ଜୀବନର ମୌଳିକ ଅଧିକାରକୁ ଏହି ଆଇନ କ୍ଷୁର୍ଣ୍ଣ କରୁଥିବା କୋର୍ଟ କହିଛନ୍ତି। ଏହି ଅିନରେ ଭିକ୍ଷାବୃତ୍ତି କଲେ ୩ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡାଦେଶର ପ୍ରାବଧାନ ରହିଛି। ଦ୍ୱିତୀୟ ଥର ଧରାପଡ଼ିଲେ ଦଣ୍ଡ ଅଧିକ କଠୋର ହେବାର ଆଇନ ମଧ୍ୟ ରହିଛି। ତେବେ ଭିକ୍ଷାବୃତ୍ତି କରୁଥିବା ବ୍ୟକ୍ତିଙ୍କ ପାଇଁ ପୁନର୍ବାସ ଆଇନ ମଧ୍ୟ ରହିଛି ବୋଲି ଆବେଦକାରୀ ଦର୍ଶାଇଛନ୍ତି।

Share