ନୂଆଦିଲ୍ଲୀ, ୧୫ା୭: ଗତବର୍ଷ ଜୁନ୍ରେ ତତ୍କାଳୀନ ଉଦ୍ଧବ ଠାକ୍ରେଙ୍କ ନେତୃତ୍ୱାଧୀନ ମହାରାଷ୍ଟ୍ର ବିକାଶ ଅଘାଡ଼ି ମେଣ୍ଟରୁ ଓହରିଯାଇ ଭାଜପା ସହ ମିଶି ସରକାର ଗଢ଼ିଥିବା ଏକନାଥ ଶିନ୍ଦେ ଓ ଅନ୍ୟ ଶିବସେନା ବିଧାୟକମାନଙ୍କୁ ଅଯୋଗ୍ୟ ଘୋଷଣା ପାଇଁ ଦାଏର ପିଟିଶନ ଉପରେ ସୁପ୍ରିମକୋର୍ଟ ଶୁକ୍ରବାର ବିଧାନସଭା ବାଚସ୍ପତି ରାହୁଲ ନର୍ବେକରଙ୍କୁ ନୋଟିସ ଜାରି କରିଛନ୍ତି। ଏନେଇ ବାଚସ୍ପତିଙ୍କ କାର୍ଯ୍ୟାଳୟରୁ ସର୍ବୋଚ୍ଚ ଅଦାଲତ ୨ ସପ୍ତାହ ମଧ୍ୟରେ ଜବାବ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।