Categories: ରାଜ୍ୟ

ପରୀ ହତ୍ୟା ମାମଲା: ରାଜ୍ୟ ସରକାରଙ୍କୁ ନୋଟିସ୍‌ କଲେ ସୁପ୍ରିମକୋର୍ଟ

ଭୁବନେଶ୍ୱର, ୧୩।୧(ବ୍ୟୁରୋ): ନୟାଗଡ଼ ଜିଲା ଯଦୁପୁର ଗ୍ରାମର ବହୁ ଚର୍ଚ୍ଚିତ ଶିଶୁକନ୍ୟା ପରୀ ହତ୍ୟା ମାମଲା ନୂଆମୋଡ ନେଇଛି। ଝିଅ ମୃତ୍ୟୁର ନ୍ୟାୟ ପାଇବାକୁ ପରୀଙ୍କ ମା’ ସୌଦାମିନୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେ ଘଟଣାରେ ସିବିଆଇ ତଦନ୍ତ ଦାବି କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏହି ମାମଲାକୁ ବିଚାର ପାଇଁ ଗ୍ରହଣ କରି ସୁପ୍ରିମକୋର୍ଟ ବୁଧବାର ନୋଟିସ୍‌ କରିଥିବା ଜଣାପଡ଼ିଛି। ଉଭୟ ରାଜ୍ୟ ସରକାର ଏବଂ ସିବିଆଇକୁ ନୋଟିସ୍‌ ହୋଇଛି।

ପ୍ରକାଶ ଯେ, ଗତ ଡିସେମ୍ବର ୨୧ରେ ପରୀ ହତ୍ୟା ମାମଲାର ତଦନ୍ତ କରୁଥିବା ଏସ୍‌ଆଇଟି ମୁଖ୍ୟ ଅଭିଯୁକ୍ତ ଛାତ୍ରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ପ୍ରଥମେ ଅଭିଯୁକ୍ତ ସାବାଳକ ବୋଲି ଏସ୍‌ଆଇଟି କହୁଥିବା ବେଳେ ସେ ନାବାଳକ ବୋଲି ଜଣାପଡ଼ିଥିଲେ। ହେଲେ ସେ ନିଜକୁ ନିର୍ଦ୍ଦୋଶ ବୋଲି କହି ଆସୁଛନ୍ତି।

Share