Categories: ଜାତୀୟ

ଲାଇଭ ଟେଲିକାଷ୍ଟ ସୁପ୍ରିମ କୋର୍ଟକୁ ଜନତାଙ୍କ ହୃଦୟ ପର୍ଯ୍ୟନ୍ତ ପହଞ୍ଚାଇ ପାରିଛି, ସିଜେଆଇ ଚନ୍ଦ୍ରଚୁଡ

ନୂଆଦିଲ୍ଲୀ,୧୦।୫: ଭାରତର ସୁପ୍ରିମ କୋର୍ଟ ଖୁବଶୀଘ୍ର ସେଠାରେ ହେଉଥିବା ମାମଲାର ଶୁଣାଣି ଅନଲାଇନରେ ପ୍ରସାରଣ ହେଉଥିବା ବେଳେ ଏହାକୁ ଭାରତୀୟ ଭାଷାରେ ପ୍ରସାରଣ କରିବାର ବ୍ୟବସ୍ଥା କରୁଛନ୍ତି। ଗୋଟିଏ ମାମଲାର ଶୁଣାଣି ସମୟରେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଡିଓ୍ବାଇ ଚନ୍ଦ୍ରଚୂଡ ଏହା କହିଛନ୍ତି। ସେ କହିଛନ୍ତି ସୁପ୍ରିମକୋର୍ଟରେ ହେଉଥିବା ଶୁଣାଣିର ଲାଇଭ ଟେଲିକାଷ୍ଟ ଆମକୁ ଜନତାଙ୍କ ହୃଦୟ ପର୍ଯ୍ୟନ୍ତ ପହଞ୍ଚାଇ ପାରିଛି।

ସେ କହିଛନ୍ତି, ଆମେ ଚାହୁଁ ଯେ ଦେଶର ଯେ କୌଣସି ନାଗରିକ କୋର୍ଟର ପ୍ରକ୍ରିୟା ବୁଝିପାରିବେ, ଏଥିପାଇଁ ଆମେ ଶୀଘ୍ର ସେମାନଙ୍କ ଭାଷାରେ ପ୍ରକ୍ରିୟାର ଟ୍ରାନ୍ସକ୍ରିପସନ ଉପଲବ୍ଧ କରିବାକୁ ବିଚାର କରୁଛୁ। ଯଦି ଏହା ଘଟେ ତେବେ ଲୋକମାନେ ଶୀଘ୍ର ହିନ୍ଦୀରେ କୋର୍ଟ ପ୍ରକ୍ରିୟାକୁ ମଧ୍ୟ ବୁଝିପାରିବେ । ଏହା ସହିତ ଆପଣ ଆସାମ, ଓଡିଆ, ତେଲୁଗୁ, କନ୍ନଡ, ମାଲାୟାଲମ, ତାମିଲ, ମରାଠୀ, ରାଜସ୍ଥାନ ଭଳି ଦେଶର ଅନ୍ୟ ଭାରତୀୟ ଭାଷାରେ ସୁପ୍ରିମକୋର୍ଟରେ ଚାଲିଥିବା ପ୍ରକ୍ରିୟାକୁ ବଝିପାରିବେ।

Share