Categories: ଜାତୀୟ

୨ ଆଇନଜୀବୀଙ୍କୁ ୮ ଲକ୍ଷ ଟଙ୍କା ଜରିମାନା

ନୂଆଦିଲ୍ଲୀ,୧୮।୫: ଟ୍ରାଫିକ୍‌ ଭିଡ଼, ବାୟୁ ପ୍ରଦୂଷଣ ଓ ନିର୍ଗମନ ନିୟମ ପ୍ରସଙ୍ଗରେ ଆବେଦନ କରିଥିବା ୨ ଆଇନଜୀବୀଙ୍କ ଉପରେ ସୁପ୍ରିମକୋର୍ଟ ମଙ୍ଗଳବାର ଦୃଷ୍ଟାନ୍ତମୂଳକ ଭାବେ ୮ ଲକ୍ଷ ଟଙ୍କା ଜରିମାନା ଲଗାଇଛନ୍ତି। ଜଷ୍ଟିସ ଏଲ୍‌. ନାଗେଶ୍ୱର ରାଓଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହା ବିବାଦାସ୍ପଦ କୋର୍ଟ ପ୍ରତିଯୋଗିତା ନୁହେଁ କହି ଆବେଦନକୁ ଖାରଜ କରିଦେଇଛନ୍ତି। ଆପଣମାନେ ଏନ୍‌ଜିଟି ଓ ଅନ୍ୟ କୋର୍ଟ ରାୟ ଦେଖିବା ସତ୍ତ୍ୱେ ପିଟିଶନ ଦାଏର କରିଛ। ଏନେଇ ଆପଣମାନେ ନିଶ୍ଚିତ କି ବୋଲି ଖଣ୍ଡପୀଠ ପ୍ରଶ୍ନ କରିଥିଲେ। ସୁପ୍ରିମକୋର୍ଟରେ ପ୍ରାକ୍ଟିସ୍‌ କରୁଥିବା ଦୁଇ ଆଇନଜୀବୀ ଏଭଳି ପ୍ରସଙ୍ଗରେ ଆଗେଇବା ଦୁର୍ଭାଗ୍ୟଜନକ କହି ଖଣ୍ଡପୀଠ ସେମାନଙ୍କୁ ଚେତାବନୀ ଦେଇଛନ୍ତି। ଆଇନଜୀବୀଙ୍କ କୌଣସି ରିଟ୍‌ ପିଟିଶନ ରେଜିଷ୍ଟ୍ରି ଗ୍ରହଣ ନ କରିବାକୁ ଖଣ୍ଡପୀଠ କହିଛନ୍ତି।

Share