କରୋନା ମୃତ୍ୟୁର ଅନୁକମ୍ପା ରାଶିକୁ ନେଇ କେନ୍ଦ୍ର କିଛି କରିବା ପୂର୍ବରୁ ତୃତୀୟ ଲହର ବି ସରିଯାଇଥିବ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୩ ।୯: କରୋନା ମହାମାରୀରେ ଯେଉଁ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି ସେମାନଙ୍କ ପରିବାରକୁ ଅନୁକମ୍ପା ରାଶି ପ୍ରଦାନ କରିବାକୁ ନେଇ କେନ୍ଦ୍ର ସରକାର ଏପର୍ଯ୍ୟନ୍ତ କୌଣସି ନିତି ସ୍ଥିର କରି ନାହାନ୍ତି । ଯାହାକୁ ନେଇ ସୁପ୍ରିମକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି । କୋର୍ଟ କେନ୍ଦ୍ର ସରକାରଙ୍କୁ ଅନୁକମ୍ପାର ନିୟମ ବ୍ୟତୀତ ଡେଥ ସାର୍ଟିଫିକେଟରେ ମୃତ୍ୟୁର ସଠିକ୍ ତଥ୍ୟ ଦେବାର ବ୍ୟବସ୍ଥା କରିବାକୁ କହିଥିଲେ । ଏହି ମାମଲାର ଜବାବ ଏପର୍ଯ୍ୟନ୍ତ ଦାଖଲ କରାଗଲା ନାହିଁ । ତେଣୁ କୋର୍ଟ ଶୁକ୍ରବାର ଏହାର ଟିପ୍ପଣି ଦେଇ କହିଛନ୍ତି, ଯେ ପର୍ଯ୍ୟନ୍ତ କେନ୍ଦ୍ର ସରକାର ଏନେଇ ନିଷ୍ପତ୍ତି ନେବେ ସେତେବେଳକୁ ତୃତୀୟ ଲହର ଆସି ଯାଇ ସାରିଥିବ । ସୂଚନାଯୋଗ୍ୟ, ଜୁନ ୩୦ରେ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ କରୋନାରେ ହୋଇଥିବା ମୃତ୍ୟୁ ପାଇଁ ଅନୁକମ୍ପା ରାଶି ପ୍ରଦାନ କରାଯାଉ । କୋର୍ଟ ନ୍ୟାଶନାଲ ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଥରିଟି(ଏନ୍‌ଡିଏମ୍‌ଏ)କୁ କହିଥିଲେ କି ୬ ମାସ ମଧ୍ୟରେ ଅନୁକମ୍ପା ରାଶି ସ୍ଥିର କରି ରାଜ୍ୟକୁ ସୂଚନା ଦିଆଯାଉ । କୋର୍ଟ ଅନୁଭବ କରିଥିଲେ କି ଏଭଳି ବିପଦ ସମୟରେ ଲୋକଙ୍କୁ ଅନୁକମ୍ପା ରାଶି ପ୍ରଦାନ କରିବା ସରକାରଙ୍କ କର୍ତ୍ତବ୍ୟ ହେବା ଉଚିତ । ହେଲେ କୋର୍ଟ ଏହାକୁ ସରକାରଙ୍କ ଉପରେ ଛାଡି ଦେଇଥିଲେ । କିନ୍ତୁ କେନ୍ଦ୍ର ସରକାର ଏପର୍ଯ୍ୟନ୍ତ ଏହାକୁ ନେଇ କିଛି ସ୍ଥିର କରି ନ ଥିବାରୁ ସୁପ୍ରିମକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି ।

Share