ନୂଆଦିଲ୍ଲୀ,୧୭।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କ ପିତାଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ମାମଲାରେ କଂଗ୍ରେସ ନେତା ପୱନ ଖେରାଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ତାଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟରେ ଶୁଣାଣି ମାର୍ଚ୍ଚ ୨୦ପର୍ଯ୍ୟନ୍ତ ସ୍ଥଗିତ ରହିଛି। ଶୁକ୍ରବାର ଖେରାଙ୍କ ଓକିଲ ଅଭିଷେକ ମନୁ ସିଂଘଓ୍ବିଙ୍କ ଅନୁପସ୍ଥିତି ଯୋଗୁ୍ ଏହି ଶୁଣାଣି ସ୍ଥଗିତ ରଖାଯାଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ବର୍ତ୍ତମାନ କୋର୍ଟ ତାଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ଆସାମ ଏବଂ ଉତ୍ତରପ୍ରଦେଶରେ ପଞ୍ଜୀକୃତ ହୋଇଥିବା ମୋଟ ୩ଟି ଏଫ୍ଆଇଆର୍କୁ ଗୋଟିଏ ସ୍ଥାନକୁ ସ୍ଥାନାନ୍ତର କରିବାକୁ ସୁପ୍ରିମକୋର୍ଟ ବିଚାର କରିବେ। ଅନ୍ୟପଟେ ଆସାମ ଏବଂ ୟୁପି ସରକାର ଖେରାଙ୍କ ଜାମିନ ବାତିଲ କରି ତାଙ୍କୁ ପଚରାଉଚରା ପାଇଁ ଅନୁମତି ଦାବି କରିଛନ୍ତି।